Latest Odisha News

BREAKING NEWS

ବିଜେପି ସହ ହାତ ମିଳାଇବାକୁ ଉଦ୍ଧବଙ୍କୁ ଚିଠି ଲେଖିଲେ ଶିବସେନା ବିଧାୟକ ପ୍ରତାପ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ସରଗରମ ମଧ୍ୟରେ ରବିବାର ଏକ ନୂଆ କଥା ସାମ୍ନାକୁ ଆସିଛି । ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଶିବସେନାର ବିଧାୟକ ପ୍ରତାପ ସରନାଏକ ଚିଠି ଲେଖିଛନ୍ତି । ଏନସିପି ଓ କଂଗ୍ରେସ ଭିତିରିଆ ଶିବସେନାଙ୍କୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରୁଛି ବୋଲି ପ୍ରତାପ ନିଜ ଦଳର ମୂଖ୍ୟଙ୍କୁ ଜଣାଇଛନ୍ତି ।

ଏନସିପି ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସି ପଡୁ ନ ଥିବା ବେଳେ ଶିବସେନା ବିଧାୟକଙ୍କୁ ଟାର୍ଗେଟ କରାଯାଉଛି । ଆପଣ ଯଦି ମୋଦିଙ୍କ ନିକଟତର ହେବେ ତାହାହେଲେ ଆମ ପାଇଁ ଭଲ ହେବ ବୋଲି ପ୍ରତାପ ଲେଖିଛନ୍ତି । ସେ ଏହି ଚିଠି ୧୦ ଦିନ ତଳେ ଲେଖିଥିଲେ, ଯାହା କି ଏବେ ଗଣମାଧ୍ୟମ ସମ୍ମୁଖକୁ ଆସିଛି ।

Leave A Reply

Your email address will not be published.