Latest Odisha News

କରୋନାକୁ ମାତ ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ହସ୍ପିଟାଲରୁ ଡିସଚାର୍ଜ

ଭୋପାଳ: ସୁସ୍ଥ ହେଲେ କରୋନା ସଂକ୍ରମିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାଣ । ଚିରାୟୁ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ଘରକୁ ଫେରିଛନ୍ତି ଶିବରାଜ । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଏକ ଫଟୋ ବି ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କୁ ଭଗବାନଙ୍କ ଅବତାର ବୋଲି କହିଛନ୍ତି ଶିବରାଜ ସିଂହ ଚୌହ୍ୱାଣ । ଘରେ ନିଜକୁ ସାତ ଦିନ କ୍ୱାରେଣ୍ଟାଇନରେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ଶିବରାଜ ସିଂହ ଚୌହ୍ୱାନଙ୍କ ତୃତୀୟ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ଜୁଲାଇ ୨୫ ତାରିଖରେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ ଶିବରାଜ ସିଂହ ଚୌହ୍ୱାଣ । ଭୋପାଳର ଚିରାୟୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

Leave A Reply

Your email address will not be published.