Latest Odisha News

BREAKING NEWS

ଆଦିତ୍ୟ ଠାକରେଙ୍କୁ ୭ ପ୍ରଶ୍ନ ପଚାରିଲେ କୁଇନ କଙ୍ଗନା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ନେଇ ବୁଧବାର ମହାରାଷ୍ଟ୍ର ସରକାରର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ କୁଇନ କଙ୍ଗନା ରାନାୱତ ୭ ପ୍ରଶ୍ନ ପଚାରିଛନ୍ତି । ଗତ କାଲି ଆଦିତ୍ୟ ପ୍ରତିକ୍ରିୟା ଦେଇଥିଲେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୋର କିଛି ଭୂମିକା ନାହିଁ । ଏଥିନେଇ ମୋତେ ଓ ପରିବାରକୁ ଟାର୍ଗେଟ କରିବା ଠିକ୍ ନୁହେଁ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଶସ୍ତା ରାଜନୀତି ନ କରାଯାଉ । ଆଦିତ୍ୟଙ୍କ ପ୍ରତିକ୍ରିୟା ପରେ କଙ୍ଗନା ତାଙ୍କୁ ୭ ପ୍ରଶ୍ନ ପଚରାରିଛନ୍ତି ।

ସେଗୁଡିକ ହେଲା- ୧)ରିୟା ଚକ୍ରବର୍ତି କେଉଁଠି ଅଛନ୍ତି ? ୨) ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ କାହିଁକି ଏଫଆଇଆର ରୁଜୁ କଲାନି ? ୩)ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଫେବୃୟାରୀରେ ପରିବାର ଲୋକ ମାମଲା ଦାୟର କରିଥିଲେ । ମୁମ୍ବାଇ ପୋଲିସ କାହିଁକି ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରୁଛି । ୪)ସୁଶାନ୍ତଙ୍କ ଫୋନ ଡାଟା ଏବଂ ଫରେନ୍ସିକ ଏକ୍ସପର୍ଟସଙ୍କ ତଥ୍ୟ କାହିଁକି ପ୍ରଦାନ କରାଯାଉ ନାହିଁ । ୫) ବିହାର ଆଇପିଏସ ବିନୟ ତିୱାରୀଙ୍କୁ କାହିଁକି କ୍ୱାରେଂଟାଇନରେ ଜବରଦସ୍ତ ରଖା ଯାଇଥିଲା । ୬) ସିବିଆଇ ତଦନ୍ତ କଥା ଉଠିଲେ ଆପଣ ଏତେ ଡରୁଛନ୍ତି କାହିଁକି ? ୭) ରିୟା ଓ ତାଙ୍କ ପରିବାର ଲୋକେ ସୁଶାନ୍ତଙ୍କ ଟଙ୍କା କାହିଁକି ଲୁଟିନେଲେ ? ଏହି ପ୍ରଶ୍ନ ସହିତ କୌଣସି ରାଜନୀତି ନାହିଁ ବୋଲି ଶେଷରେ କଙ୍ଗନାଙ୍କ ଟିମ୍ ପକ୍ଷରୁ ଲେଖାଯାଇଛି ।

Leave A Reply

Your email address will not be published.