Latest Odisha News

BREAKING NEWS

କିଏ କରିଥିଲେ ବଟର୍ ଚିକେନର ଆବିଷ୍କାର, ରାୟ ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଆମିଷ ପ୍ରିୟ ହୋଇଥାନ୍ତି । ଆଉ କଥା ଯେତେବେଳେ ଚିକେନ୍ ଉପରକୁ ଆସେ ତ ଲୋକେ କହିବେ ବା କଣ । ଅନେକ ଲୋକ ଆମିଷ ଭିତରୁ ଚିକେନକୁ ବେଶି ଭଲ ପାଇଥାନ୍ତି । ଆଉ ଚିକେନ ଭିତରୁ ଲୋକଙ୍କର ପ୍ରଥମ ପସନ୍ଦ ବଟର୍ ଚିକେନ୍ । ତେବେ କଣ ଆପଣ ଜାଣନ୍ତି କି ବଟର୍ ଚିକେନର ରେସିପିର ଆବିଷ୍କାର ପ୍ରଥମେ କିଏ କରିଥିଲା । ଏନେଇ ଏବେ ଦ୍ଵନ୍ଦ ଉପୁଜିଥିବା ବେଳେ କଥା ଯାଇ ପହଞ୍ଚିଛି କୋର୍ଟରେ ।

ସୂଚନା ଅନୁସାରେ, ଦିଲ୍ଲୀର ୨ଟି ବଡ ରେଷ୍ଟୁରାଣ୍ଟ ଏହି ବଟର୍ ଚିକେନ୍ ଡିସ୍ ର ରେସିପି ନିଜସ୍ଵ ବୋଲି ଦାବୀ କରୁଛନ୍ତି । ଦିଲ୍ଲୀର ରେଷ୍ଟୁରାଣ୍ଟ ମୋତି ମହଲ ଚଳାଉଥିବା ଏକ ଗୁଜରାଲ ପରିବାର ଦାବି କରିଛନ୍ତି ଯେ, ବଟର୍ ଚିକେନ୍ ସେମାନଙ୍କ ଦ୍ୱାରା ଉଦ୍ଭାବିତ ଏକ ଖାଦ୍ୟ । ରେଷ୍ଟୁରାଣ୍ଟ ଦାବି କରିଛି ଯେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ଠାରୁ ଆରମ୍ଭ କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଏହି ରେଷ୍ଟୁରାଣ୍ଟର ଅତିଥି ଥିଲେ । ମୋତି ମହଲ କହିଛନ୍ତି ଯେ, ରେଷ୍ଟୁରାଣ୍ଟର ପ୍ରତିଷ୍ଠାତା କୁନ୍ଦନ ଲାଲ ଗୁଜରାଲ ୧୯୩୦ ଦଶକରେ ଯେତେବେଳେ ପେଶୱାରରେ ରେଷ୍ଟୁରାଣ୍ଟ ଆରମ୍ଭ ହୋଇଥିଲା ସେତେବେଳେ ସେ ଚିକେନ୍ ରେ ପ୍ରସ୍ତୁତ ଏହି ରେସିପି ପ୍ରସ୍ତୁତ କରିଥିଲେ ।

ଏହା ବ୍ୟତୀତ ଦରିଆଗଞ୍ଜ ନାମକ ଅନ୍ୟ ଏକ ରେଷ୍ଟୁରାଣ୍ଟ ଗୁଜରାଲ ପରିବାରର ଦାବିକୁ ଭୁଲ ଘୋଷଣା କରିଛି। ଦରିଆଗଞ୍ଜ ରେଷ୍ଟୁରାଣ୍ଟ ୨,୭୫୨ ପୃଷ୍ଠାର ଆଫିଡେଟିଭ୍ କୋର୍ଟରେ ପ୍ରଦାନ କରିଛି । ଯେଉଁଥିରେ ରେଷ୍ଟୁରାଣ୍ଟର ମାଲିକମାନେ କହିଛନ୍ତି ଯେ, ବଟର ଚିକେନ୍ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଖାଦ୍ୟ | କେବଳ ଯେ ବଟର୍ ଚିକେନ୍ ତାହା ନୁହେଁ ଦରିଆଗଞ୍ଜ ରେଷ୍ଟୁରାଣ୍ଟ ଡାଲ ମାଖାନୀ ମଧ୍ୟ ତାଙ୍କ ଦ୍ଵାରା ଆବିଷ୍କାର କରାଯାଇଥିବା ଏକ ଖାଦ୍ୟ ବୋଲି ଦାବି କରିଛି । ଉଭୟ ରେଷ୍ଟୁରାଣ୍ଟ ଏହି ମାମଲାରେ ନିଜ ପକ୍ଷରୁ ସମସ୍ତ ପ୍ରକାର ପ୍ରମାଣ କୋର୍ଟରେ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ, କାହା ସପକ୍ଷରେ କୋର୍ଟ ଏହାର ରାୟ ଦେଉଛନ୍ତି ।

Leave A Reply

Your email address will not be published.