Latest Odisha News

BREAKING NEWS

ସାନିଆଙ୍କ ପୋଷ୍ଟ ପରେ ତୃତୀୟ ବିବାହ କଲେ ଶୋଏବ

କରାଚୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ବହୁ ଚର୍ଚ୍ଚିତ ପ୍ରେମ ସମ୍ପର୍କରେ ଏବେ କଳଙ୍କ ଲାଗିଛି । କିଛି ଦିନ ତଳେ ସାନିଆ ଛାଡପତ୍ର ସମ୍ପର୍କୀତ ଏକ ପୋଷ୍ଟ କରିବା ପରେ ଆଜି ଶୋଏବ ତୃତୀୟ ବିବାହ କରିଛନ୍ତି । ଶୋଏବ ପ୍ରଥମେ ଆୟଶା ସିଦ୍ଦିକଙ୍କୁ ବିବାହ କରିଥିଲେ । ଏହା ପରେ ସାନିଆଙ୍କୁ ଦ୍ୱିତୀୟ ପତ୍ନୀ କରିଥିଲେ । ତାଙ୍କର ତୃତୀୟ ପତ୍ନୀଙ୍କ ନାମ ସନା ଜାଭେଦ । ସନା ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ମଲିକଙ୍କ ଟାଇଟଲ ଯୋଡିଛନ୍ତି । ତେବେ ସାନିଆ ଓ ଶୋଏବ ବିଧିବଦ୍ଧ ଭାବେ ଛାଡପତ୍ର ନେଲେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି ।

ଶୋଏବ ଓ ସାନିଆଙ୍କ ଛାଡପତ୍ର ନେଇ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ଜୋର ଧରିଛି । ଜୁଲାଇରେ ଶୋଏବ ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ସାନିଆ ମିର୍ଜାଙ୍କ ନାମ ହଟେଇଥିଲେ । ଏହା ପୂର୍ବରୁ ସେ ସାନିଆଙ୍କୁ ପ୍ରଶଂସା କରି ଲେଖିଥିଲେ ହସବ୍ୟାଣ୍ଡ ଟୁ ଏ ସୁପର ଓମ୍ୟାନ । ପରେ ଲିଭ ଅନବ୍ରୋକେନ ଲେଖିଥିଲେ । ୨୦୦୪-୦୫ରେ ସାନିଆ ଓ ଶୋଏବଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୨୦୦୯ରେ ଅଷ୍ଟ୍ରେଲିଆରେ ଉଭୟ ପରସ୍ପର ସହ ସମୟ କାଟିବା ପରେ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।

୫ ମାସ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ସମୟରେ ଜଣେ ଭାରତୀୟ ହୋଇ ପାକସ୍ତାନୀଙ୍କୁ ବିବାହ କରିଥିବାରୁ ସାନିଆଙ୍କୁ ସମାଲୋଚନା କରାଯାଇଥିଲା । ତାଙ୍କ ଫ୍ୟାନ ଫଲୋର୍ସ ମଧ୍ୟ କମିଥିଲା । ୨୦୧୦ରେ ଉଭୟଙ୍କ ଇଜହାନ ନାମକ ପୁଅ ହୋଇଥିଲା । ଏବେ ସାନିଆ ତାଙ୍କ ପୁଅ ସହ ଦୁବାଇରେ ରହୁଛନ୍ତି ।

Leave A Reply

Your email address will not be published.