Latest Odisha News

ନୂଆପଡ଼ାରୁ ଜବତ ହେଲା ଜୀବନ୍ତ ବଜ୍ରକାପ୍ତା, ୪ ଗିରଫ

ନୂଆପଡ଼ା: ସିନାପାଲି ବନବିଭାଗକୁ ବଡ ସଫଳତା । ସିନାପାଲି ନଙ୍ଗଲବୋଡ଼ ଠାରୁ ଏକ ଜୀବନ୍ତ ବଜ୍ରକାପ୍ତ ସହ ୨ କେଜି ୭ଶହ ଗ୍ରାମ କାତି ଜବତ କରିଛି ବନବିଭାଗ । ଏଥିସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ସିନାପାଲି ରେଞ୍ଜ ନଙ୍ଗଲବୋଡ଼ ଗ୍ରାମରେ କିଛି ଲୋକ ଏକ ଜୀବନ୍ତ ବଜ୍ରକାପ୍ତ ଓ ୨.୭ ଗ୍ରାମ କାତି ଧରି ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ସିନାପାଲି ବନ ଅଧିକାରୀମାନେ ଚଢ଼ଉ କରି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ସିନାପାଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା । ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ରେଞ୍ଜର ଶ୍ରୀ ପଣ୍ଡା କହୁଥିବା ବେଳେ ବର୍ତ୍ତମାନ ଖଡ଼ିଆଳ ACF ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.