Latest Odisha News

BREAKING NEWS

ଗତ ଦଶନ୍ଧିରେ ୪୫ ଆଥଲେଟ ହୋଇଛନ୍ତି ଶୋଷଣର ଶୀକାର

ଭୁବନେଶ୍ୱର: ଦେଶ ପାଇଁ ସମ୍ମାନ ଓ ଗୌରବ ଆଣୁଥିବା ଯୁବ ଖେଳାଳିମାନଙ୍କୁ ବିଭିନ୍ନ କୋଚିଂ କ୍ୟାମ୍ପରେ ଶୋଷଣର ଶୀକାର ହେବାକୁ ପଡିଛି । ରିପୋର୍ଟ ମୁତାବକ ଗତ ଦଶନ୍ଧି (୨୦୧୦-୨୦୧୯) ମଧ୍ୟରେ ୪୫ ଜଣ ଉଦୀୟମାନ ଆଥଲେଟ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ପାଇଛନ୍ତି ।

ରାଇଟ ଟୁ ଇନଫରମେନଶନ ( ଆରଟିଆଇ) ଆକ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ୪୫ରୁ ୨୯ଜଣ ଯୌନ ଉତ୍ପୀଡନର ଶୀକାର ହୋଇଛନ୍ତି । ଏହା ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ ପାଇଛି । ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗର ପୂର୍ବତନ ମୁଖ୍ୟ ନୀଲମ କାପୁର ମଧ୍ୟ ଏହା ସ୍ୱୀକାର କରିଛନ୍ତି ।

ସବୁଠାରୁ ବଡ କଥା କୋଚଙ୍କ ବିରୋଧରେ ଜିମ୍ନାଷ୍ଟ, ଆଥଲେଟିକ୍ସ, ଭାରୋତୋଳିକା, ବକ୍ସିଂ ଓ ରେସଲିଂର ଖେଳାଳୀମାନେ ଏହି ଅଭିଯୋଗ ଆଣିଛନ୍ତି । କପୁର କହିଛନ୍ତି, ଯାହା ରିପୋର୍ଟରେ ପ୍ରକାଶ ପାଇଛି ତା’ଠାରୁ ଅଧିକ ଆଥଲେଟ ଉତ୍ପୀଡନର ଶୀକାର ହୋଇଛନ୍ତି । କ୍ୟାରିୟରକୁ ବଂଚାଇବା ପାଇଁ ଅନେକ ଆଥଲେଟ ନୀରବ ରହୁଛନ୍ତି । ସରକାର ଆଥଲେଟଙ୍କ ଭବିଷ୍ୟତ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେଉ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.