Latest Odisha News

ଆଫ୍‌ଗାନ ହାସ୍ୟ ଅଭିନେତାଙ୍କୁ ହତ୍ୟା; ତାଲିବାନକୁ ଦାୟୀ କଲା ପରିବାର

ନୂଆଦିଲ୍ଲୀ: ତାଲିବାନ ଓ ଆଫ୍‌ଗାନିସ୍ତାନରେ ମଧ୍ୟରେ ବିବାଦ ଚରମ ସ୍ତରରେ ପହଞ୍ଚିଛି। ଏହା ଭିତରେ ଆଫ୍‌ଗାନର ଜଣେ ହାସ୍ୟ ଅଭିନେତା ନାଜର ମହମ୍ମଦ ଆକା ଖଶା ଜୱାନଙ୍କୁ ତାଲିବାନ ହତ୍ୟା କରିଥିବା ସୂଚନା ମିଳିଛି। କିନ୍ତୁ ତାଲିବାନ ଏହି ଅଭିଯୋଗ ପ୍ରତ୍ୟାଖାନ କରିଛି। ହାସ୍ୟ ଅଭିନେତାଙ୍କ ପରିବାର ସଦସ୍ୟ ତାଲିବାନଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଏହି କାର୍ଯ୍ୟ ପଛରେ ତାଲିବାନ ସମ୍ପୃକ୍ତ ଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି।

ରିପୋର୍ଟ ଅନୁଯାୟୀ କରିଛି ଯେ ଖଶା ଜୱାନ୍ ନାମରେ ଅଧିକ ଜଣାଶୁଣା ନାଜର ମହମ୍ମଦଙ୍କୁ ଗୁରୁବାର ରାତିରେ ତାଙ୍କ ଘରୁ ବାହାରକୁ ନିଆଯାଇ ହତ୍ୟା କରାଯାଇଥିଲା।

ପୂର୍ବରୁ କାନ୍ଧାର୍‌ ପୋଲିସରେ କାର୍ଯ୍ୟ କରୁଥିବା ହାସ୍ୟ ଅଭିନେତାଙ୍କ ପରିବାର ଏହି ଆକ୍ରମଣ ପାଇଁ ତାଲିବାନକୁ ଦାୟୀ କରିଛନ୍ତି। ତାଲିବାନ୍ ଏହି ଘଟଣାରେ କୌଣସି ସମ୍ପୃକ୍ତିକୁ ପ୍ରତ୍ୟାଖ୍ୟାନ କରିଛି ବୋଲି କହିଛି।

ତାଲିବାନର ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ବିରୋଧରେ ଚାଲିଥିବା ଆକ୍ରମଣ ମଧ୍ୟରେ ଏହି ଘଟଣା ଘଟିଛି।

ଗତ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ହିଂସାର ମାତ୍ରା ବୃଦ୍ଧି ପାଇଥିବାରୁ ତାଲିବାନ କିଛି ସପ୍ତାହ ପୂର୍ବରୁ ବିଦେଶୀ ସୈନ୍ୟବାହିନୀର ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ସହିତ ଏହାର ଆକ୍ରମଣକୁ ଜୋରଦାର କରିଛି।

Comments are closed.