Latest Odisha News

କାଳିଆ ହିତାଧିକାରୀଙ୍କ ଯାଞ୍ଚ ଅବଧି ବଢିଲା

ଭୁବନେଶ୍ୱର: ଓଡ଼ିଶା ସରକାର କାଳିଆ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟାର ଅବଧି ଆସନ୍ତା ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

କାଳିଆ ଯୋଜନାକୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମଙ୍ଗଳବାର ଦିନ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଏହି ଯାଞ୍ଚ ପ୍ରକ୍ରିୟାର ଚୂଡ଼ାନ୍ତ ଦିବସ ଅଗଷ୍ଟ ୧୪ ତାରିଖ ରହିଥିବା ବେଳେ ଏହାକୁ ଆସନ୍ତା ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏସମ୍ପର୍କରେ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନାଦେଇ ଆହୁରିମଧ୍ୟ କହିଛନ୍ତି, ଏପର୍ଯ୍ୟନ୍ତ ୧୩ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ତାଲିକାରେ ଥିବା ଅବଶିଷ୍ଟ ହିତାଧିକାରୀମାନଙ୍କ ଚୂଡ଼ାନ୍ତ ଯାଞ୍ଚ ପ୍ରକ୍ରିୟା ପଞ୍ଚାୟତ ସ୍ତରରେ ତଥା ବ୍ଲକସ୍ତରରେ ଅଗଷ୍ଟ ୨୭ ତାରିଖ ଦିନ ହିଁ ସମାପ୍ତ ହେବ । ତେବେ ଜିଲ୍ଲାସ୍ତରୀୟ ଚୂଡ଼ାନ୍ତ ଯାଞ୍ଚ ପ୍ରକ୍ରିୟା ଅଗଷ୍ଟ ୩୧ ତାରିଖ ଦିନ ହିଁ ଶେଷ ହେବ ବୋଲି କୃଷି ମନ୍ତ୍ରୀ କହିଛନ୍ତି ।

ଏଥିସହିତ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଅଯୋଗ୍ୟ ହିତାଧିକାରୀମାନେ ଏହି ତାଲିକାରେ ଅନ୍ତର୍ଭୃକ୍ତ ହୋଇ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି, ସେମାନେ ପରବର୍ତ୍ତୀ କାଳିଆ କିସ୍ତି ଟଙ୍କା ପାଇପାରିବେ ନାହିଁ ।

Leave A Reply

Your email address will not be published.