Latest Odisha News

BREAKING NEWS

କରୋନାରେ ‘ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ

ନୂଆଦିଲ୍ଲୀ: ‘ସୁଟର ଦାଦୀ’ ନାମରେ ମଧ୍ୟ ଜଣାଶୁଣା ଚନ୍ଦ୍ରୋ ତୋମାରଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ମିରଟ ହସ୍ପିଟାଲ୍‌ରେ ତାଙ୍କ ଦେହାନ୍ତ ହୋଇଛି।

ଚନ୍ଦ୍ରୋ ତୋମାର ଏପ୍ରିଲ୍ ୨୭ରେ କରୋନା ସଂକ୍ରମିତ ହୋଇଥିଲେ।

ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଚନ୍ଦ୍ରୋ ତୋମାରଙ୍କ ପରଲୋକରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

୨୦୧୯ ରେ ମୁକ୍ତିଲାଭ କରିଥିବା ବଲିଉଡ ଚଳଚ୍ଚିତ୍ର “ସାଣ୍ଡ କି ଆଙ୍ଖ୍‌” ତାଙ୍କ ଜୀବନୀକୁ ନେଇ ଅନୁପ୍ରାଣିତ ହୋଇଥିଲା।

Comments are closed.