Latest Odisha News

BREAKING NEWS

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଫକୀର ଚରଣ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଫକୀର ଚରଣ ପଟ୍ଟନାୟକଙ୍କ ଗୁରୁବାର ରାତି ପ୍ରାୟ ୨ଟା ବେଳେ କେନ୍ଦ୍ରାପଡା ଜିଲ୍ଲା ପୁରୁଣା ସହରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥିବାନେଇ ପରିବାର ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ୧୯୨୮ ମସିହାରେ ନୟାଗଡ ଜିଲ୍ଲାର ପୁରୁଣା ସହରରେ ଜନ୍ମିତ ସ୍ୱର୍ଗତଃ ପଟ୍ଟନାୟକ ୧୯୫୦ ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ପରେ ସେ ୧୯୮୬ ମସିହାରେ ନୟାଗଡର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ଶିକ୍ଷକତା, ନାଟକ ସହିତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ।

୧୯୪୬ ମସିହାରେ ନୟାଗଡରେ ଗଠିତ ହୋଇଥିବା ‘ଯୁବ ନାଟ୍ୟ ସଂଘ’ ଜରିଆରେ ଫକୀରଚରଣ ତାଙ୍କ ଯୁବାବସ୍ଥାରେ ନାଟକ ଭାତ, ମୂଲିଆ, ଜହର, ଘରସଂସାର, ପହିଲି ରଜ ଆଦିରେ ଅଂଶ ଗ୍ରହଣ କରିଥିଲେ । ପରେ ବିଜୟ ମିଶ୍ରଙ୍କ ରଚିତ ନାଟକ ‘ଜନନୀ’ରେ ମଧ୍ୟ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିଲେ । ଏହାବ୍ୟତିତ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ତାଙ୍କ ଲିଖିତ ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଛି ।

ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାର ଶିକ୍ଷାପ୍ରେମୀ ତଥା ସାଧାରଣରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.