Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ : ସାନିଟାଇଜର, ଗ୍ରୋସରୀ, ଔଷଧ ବିକ୍ରି ଆରମ୍ଭ କଲା ସପକ୍ଲ୍ୟୁଜ

ନୂଆଦିଲ୍ଲୀ: ଦେଶରେ ଲକଡାଉନ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ବହୁତ ମୁସ୍କିଲ । କରୋନାଭାଇରସ ସଙ୍କଟ ମଧ୍ୟରେ ଇ-କମର୍ସ କମ୍ପାନୀ ‘ସପକ୍ଲୁ୍ୟଜ’ ସାନିଟାଇଜର, ମାସ୍କ, ପ୍ୟାକେଟ ଖାଦ୍ୟ, ଗ୍ରୋସରୀ, ଔଷଧ ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ସାମଗ୍ରୀର ବିକ୍ରି ଆରମ୍ଭ କରିଛି ।

ସପକ୍ଲ୍ୟୁଜ ସିଇଓ ସଞ୍ଜୟ ସେଠୀ କହିଛନ୍ତି, “ଲକଡାଉନ ମଧ୍ୟରେ ଘରୁ ବାହାରିବାକୁ ମନା କରାଯାଇଛି । ସେଥିପାଇଁ ସହରବାସୀଙ୍କ ପାଇଁ ଇ-କମର୍ସ କମ୍ପାନୀ ଗୁଡିକ ହିଁ ଏକମାତ୍ର ବିକଳ୍ପ । ଅଧିକ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧର ଅନଲାଇନ ଅର୍ଡର କରିବାରେ ଏହା ସହାୟତା କରିବ ।”

ସେ କହିଛନ୍ତି, “ଆମେ ଚାହୁଁ ଯେ, ଲୋକମାନେ ଆତଙ୍କିତ ହେବା ବନ୍ଦ କରନ୍ତୁ ଏବଂ ଏହି ସାମଗ୍ରୀ ଗୁଡିକର ସୁବିଧା ପାଆନ୍ତୁ ।” ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଯେତେ ଶୀଘ୍ର ହୋଇପାରିବ ସାମଗ୍ରୀ ଗୁଡିକର ଡେଲିଭରି ହେବ ବୋଲି ସପକ୍ଲ୍ୟୁଜ ପ୍ଲାଟଫର୍ମ କହିଛି ।

Leave A Reply

Your email address will not be published.