କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡିବାହାଲି ଛକ ନିକଟରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କୁ ପ୍ରଥମେ ହରିଚନ୍ଦନପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ରାତିରେ ଦୁଇ ଜଣ ଯୁବକ ମାତାଲ ଅବସ୍ଥାରେ ଆସି ଜଗବନ୍ଧୁଙ୍କୁ ସିଗାରେଟ୍ ମାଗିଥିଲେ । ତେବେ ଦୋକାନ ବନ୍ଦ ହୋଇଥିବାରୁ ସେ ଦେବାକୁ ମନା କରିଦେଇଥିଲେ। ଏହାକୁ କେନ୍ଦ୍ର କରି ଜଗବନ୍ଧୁଙ୍କ ସହିତ ତାଙ୍କର ବଚସା ହୋଇଥିଲା। ପରେ ଜଣେ ଯୁବକ ଜଗବନ୍ଧୁଙ୍କ ଉପରକୁ ଗୁଳିମାଡ଼ କରି ସେଠାରୁ ଫେରାର୍ ହୋଇଯାଇଥିଲେ ।
ଖବର ପାଇ ଘସିପୁରା ଦୈତାରୀ ଓ ହରିଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି। ଗୁଳି ମାରିଥିବା ଯୁବକ ଘସିପୁରା ଥାନା ଅନ୍ତର୍ଗତ ବରୀପାଲ ଗ୍ରାମର ବୋଲି ଜଗବନ୍ଧୁଙ୍କ ପୁଅ କହିଛନ୍ତି।
Comments are closed.