ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ବିମାନ ବନ୍ଦର ଭଳି ପ୍ରମୁଖ ବସଷ୍ଟାଣ୍ଡଗୁଡିକୁ କରାଯିବ ଉନ୍ନତ । ଏଥିସହ ସେଠାରେ ସପିଂ ମଲ୍ ଏବଂ ମଲ୍ଟିପ୍ଲେକ୍ସର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
କ୍ରୁଟ ପକ୍ଷରୁ ଆୟୋଜିତ ହୋଇଥିବା ୨ ଦିନିଆ କର୍ମଶାଳାରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ । ଏହି ସମୟରେ ସେ ଯାତ୍ରୀଙ୍କ ଯାତାୟତକୁ ବ୍ୟବସ୍ଥିତ କରାଯିବା ସହ ସରକାରୀ ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ ସେ ନେଇ ଗୁରୁତ୍ୱ ଦେଇଥିଲେ ।
ରାଜଧାନୀରେ ବର୍ତ୍ତମାନ ୨୦୦ଟି ମୋ ବସ୍ ଚାଲୁଛି । ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି ୧୮୯ଟି ବସ୍ ଏଥିରେ ଯୋଡି ହେବ । ଏପ୍ରିଲ ପ୍ରଥମ ସପ୍ତାହରେ ୫୦ଟି ଇ-ବସ୍ ରାଜଧାନୀରେ ଗଡିବା ନେଇ କ୍ରୁଟ ଏମ୍ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ସେହିପରି ଓଏସ୍ଆର୍ଟିସିରେ ଅଧିକ ସଂଖ୍ୟକ ବସ୍ ସାମିଲ୍ କରିବାକୁ ଯୋଜନା କରାଯାଇଥିବା ସେ କହିଛନ୍ତି ।
BREAKING NEWS
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
Comments are closed.