Latest Odisha News

ଖୋର୍ଦ୍ଧା ଜିଲ୍ଲାରେ ସଂଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସକାଳ ୫ଟାରୁ ସଂଧ୍ୟା ୫ଟା ଯାଏ ଖୋଲା ରହିବ ଦୋକାନ ବଜାର । ଏହି ସମୟରେ ଲୋକ ଜିନିଷପତ୍ର କିଣି ପାରିବେ । ଆଜିଠୁ ଅଗଷ୍ଟ ୩୧ ତାରିଖ ଯାଏ ନିୟମ ଲାଗୁ ହେବ । ଏହି ସୂଚନା ଦେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ।

ଏହି ନିୟମରୁ ବାଦ ପଡ଼ିବ ଭୁବନେଶ୍ୱର ମହାନଗର ନିଗମ । ବିଏମସି ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ଯାଏଁ ମାର୍କେଟ ଖୋଲିବ । ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ପ୍ରଶସାନ ଗୁରୁତ୍ୱ ଦେଉଛି ।

ଚେକିଂ ଜୋରଦାର କରାଯିବ । ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ହେବ ଜରିମାନା । ଅନଲକ୍ ୩.୦ରେ କେନ୍ଦ୍ର ସରକାର ନାଇଟ କର୍ଫ୍ୟୁକୁ ହଟାଇ ଦେଇଛନ୍ତି । ତେବେ ରାଜ୍ୟ ସରକରା ରାତି ୯ଟାରୁ ସକାଳ ୫ଟା ଯାଏଁ ଏହାକୁ ବଳବତ୍ତର ରଖିଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ କଟକଣାକୁ କଡ଼ାକଡ଼ି କରୁଛନ୍ତି ।

Comments are closed.