ମୁମ୍ବାଇ : ବଲିଉଡ୍ ବିୟୁଟି ଶ୍ରଦ୍ଧା କପୁର ସବୁବେଳେ ନିଜ ରିଲେସନସିପକୁ ସିକ୍ରେଟ ରଖିବାକୁ ପସନ୍ଦ କରନ୍ତି । ସେ କେବେ ରିଲେସନସିପକୁ ନେଇ ସୋସିଆଲ ମିଡିଆରେ କିଛି ବି ସେୟାର କରନ୍ତି ନାହିଁ । ହେଲେ ଶ୍ରଦ୍ଧା କପୁର ଫେମସ୍ ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ରିଲେସନସିପରେ ଥିଲେ । ଉଭୟ କଲେଜ ଟାଇମରୁ ପରସ୍ପରକୁ ପସନ୍ଦ କରୁଥିଲେ । ଦୀର୍ଘ ୪ ବର୍ଷ ଧରି ଶ୍ରଦ୍ଧା ଡେଟ କରିବା ପରେ । ଏବେ ଦୁହେଁ ଅଲଗା ହୋଇଯାଇଛନ୍ତି ବୋଲି ବଲିଉଡ ଟାଉନରେ ଚର୍ଚ୍ଚା ହେଉଛି ।
ଶ୍ରଦ୍ଧା ଓ ରୋହନଙ୍କୁ ବିଭିନ୍ନ ପାର୍ଟିରେ ଦେଖିବାକୁ ମିଳୁଥିଲା ।ଏ ଦୁହେଁ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଚର୍ଚ୍ଚା ହେଉଥିଲା ।ଏହେ ଏହି ଦୁଇ ଯୋଡିଙ୍କ ସମ୍ପର୍କ ଏବେ ଭାଙ୍ଗି ଯାଇଛି । ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି ଶ୍ରଦ୍ଧାଙ୍କ ଗୋଆରେ ବାର୍ଥ ଡେ ପାର୍ଟି ହୋଇଥିଲା ।ହେଲେ ଏହି ପାର୍ଟିରେ ରୋହନ ନଜର ଆସିନଥିଲେ ।
ଜାନୁଆରୀ ମାସରୁ ଉଭୟଙ୍କ ମଧ୍ୟରେ କିଛି ବିବାଦ ଦେଖାଦେଉଥିଲା । ହେଲେ ଫେବୃଆରୀ ମାସରେ ଶ୍ରଦ୍ଧା ଓ ରୋହନ ଅଲଗା ହୋଇଯାଇଥିଲେ । ହେଲେ ବ୍ରେକଅପର ପ୍ରକୃତ କାରଣ କଣ ତାହା ଏପର୍ଯ୍ୟ ଜଣାପଡିନାହିଁ ।
Comments are closed.