Latest Odisha News

ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି, ଥାନା ଅଧିକାରୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି । ଏହି ଗୁଳିରେ ଥାନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଥାନା ଅଧିକାରୀ ଜଣକ ହେଲେ ଦେବ୍ କୁମାର ଗମାଙ୍ଗ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ।

ଗୁରୁତର ଆଇଆଇସିଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଇଆଇସିଙ୍କୁ କେଉଁଠି, କେମିତି ଗୁଳି ବାଜିଲା ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ ।

Leave A Reply

Your email address will not be published.