ନୂଆଦିଲ୍ଲୀ: ଶ୍ରଦ୍ଧା ବାଲକର ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାଫ ଅମୀନ ପୁନାୱାଲ ତାଙ୍କ ଜାମିନ ଆବେଦନକୁ ଫେରାଇ ନେଇଛନ୍ତି । ଦୀଲ୍ଲୀର ଏକ ଅଦାଲତରେ ଦାଏର କରିଥିବା ଜାମିନ ଆବେଦନକୁ ସେ ଫେରାଇ ନେଇଛନ୍ତି । ଅଫତାଫ ଏବଂ ତାଙ୍କର ଓକିଲଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁ ଜାମିନ ଫେରାଇ ନେଇଥିବା ଜଣାଯାଇଛି ।
ଅଫତାଫଙ୍କ ଓକିଲ ଏମଏସ ଖାନଙ୍କ କହିବା ଅନୁଯାୟୀ, ସୋମବାର ଅଫତାଫଙ୍କ ସହ ୫୦ ମିନିଟ ଧରି ଆଲୋଚନା ହୋଇଥିଲା । ଏହା ପରେ ଜାମିନ ଆବେଦନ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ । ଅଫତାଫଙ୍କ ଓକିଲ ସ୍ପଷ୍ଟ କହିଛନ୍ତି, ଭୁଲ ସୂଚନା ପାଇ ସେ ଜାମିନ ଆବେଦନ ଦାଏର କରିଥିଲେ । ଦିଲ୍ଲୀ ପୋଲିସ କୋର୍ଟରେ ଜବାବ ଦାଖଲ କରି କହିଥିଲା ଯେ, ଅଫତାବ ପୁନାବାଲାଙ୍କୁ ଜାମିନ ମିଳିବା ଉଚିତ ନୁହେଁ । କାରଣ ତାଙ୍କର ଅପରାଧ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ।
ଅଫତାବଙ୍କ ଓକିଲ ୧୭ ଡିସେମ୍ବର ଦିନ ହୋଇଥିବା ଶୁଣାଣି ବେଳେ ମହକିଲଙ୍କ ସହ ଆଲୋଚନା ପାଇଁ ସମ୍ବୟ ମାଗିଥିଲେ । ଅଫତାବ ଭିଡିଓ କନଫରେନ୍ସ ଜରିଆରେ ଦିଲ୍ଲୀ କୋର୍ଟରେ ହାଜର ହେବା ସମୟରେ କହିଥିଲେ ଯେ ତାଙ୍କ ପାଇଁ ଜାମିନ ଆବେଦନ କରାଯାଇଥିବା କଥା ସେ ଜାଣନ୍ତି ନାହିଁ । ସେ କହିଥିଲେ, ତାଙ୍କୁ କେବଳ ବକାଲତନାମାରେ ସ୍ୱାକ୍ଷର କରିବା ପାଇଁ କୁହାଯାଇଥିଲା ଏବଂ ସେ କରିଥିଲେ । କିନ୍ତୁ ସେ ଜାଣି ନ ଥିଲେ ଯେ ତାଙ୍କ ପାଇଁ ଜାମିନ ଆବେଦନ କରାଯିବ । ସେପଟେ ଅଫତାବର ଭଏସ ନମୂନା ନେବାକୁ ଅନୁମତି ଲୋଡ଼ି ଦିଲ୍ଲୀ ପୁଲିସ ।
ଅନ୍ୟପକ୍ଷେ ଶ୍ରଦ୍ଧାଙ୍କ ବାପା ବିକାଶ ପାଲକର କହିଛନ୍ତି, ତାଙ୍କ ଝିଅକୁ ଅତି ନୃଶଂସ ଭାବେ ହତ୍ୟା କରିଛି ଅଫତାବ । ଅଫତାବଙ୍କୁ କଡାରୁ କଡା ସଜା ଦେବା ପାଇଁ ଦାବି କରିଛନ୍ତି ।
Comments are closed.