Latest Odisha News

BREAKING NEWS

‘ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ହେବା ଦରକାର’

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ଆତ୍ମହତ୍ୟା ଘଟଣାକୁ  ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଆଇ ତଦନ୍ତ ଦାବି କରିଛନ୍ତି। ବିରୋଧୀ ବିଜେପି ଏବଂ କଂଗ୍ରେସ ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ସନ୍ଦେହ ଜନକ ବୋଲି ଦାବି କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜେଲ ମୃତ୍ୟୁ ନେଇ ଓଡ଼ିଶାରେ ଦୁଇଟି ମାମଲା ସାମ୍ନାକୁ ଆସିଛି । ଏଗୁଡିକ ଶୁଭ ଲକ୍ଷଣ ନୁହେଁ। ଯେଉଁମାନଙ୍କ ହାତରେ ଗୃହ ବିଭାଗ ରହିଛି ସେମାନଙ୍କ ହାତରେ ଆଇନଶୃଙ୍ଖଳା ବ୍ୟବସ୍ଥା ରହିଛି । ଜେଲ ବିଭାଗ ଯେଉଁ ମାନଙ୍କ ପାଖରେ ଅଛି କିମ୍ବା ଗୃହ ବିଭାଗର ଯିଏ ସଚିବ ତଥା ଯେଉଁମାନଙ୍କୁ ଏହି ଘଟଣାର ରାଜନୈତିକ ଉତ୍ତର ଦେବାର ଅଛି ସେମାନଙ୍କୁ ଦେବାକୁ ହିଁ ପଡିବ। ତଦନ୍ତର ପରିସର କଣ ହେବ ଇଏ ନ୍ୟାୟ ସଂଗତ ହେବା ଦରକାର। ଯାହା ବି ସାମ୍ନା କୁ ଆସିଛି ସେ ଦିଗରେ ସମୟ କୁ ଧ୍ୟାନ ଦେବାକୁ ପଡିବ । ଯେ କେହି ବି ହେଉ ଯେତେବେଳେ ଜେଲ ଭିତରେ କାହାର ମୃତ୍ୟୁ ହେଉଛି ଏଗୁଡିକ ଗୁଡିଏ ପ୍ରଶ୍ନବାଚୀ ଠିଆ କରୁଛି ।

ଜେଲରେ ମୃତ୍ୟୁ ହେଲା କେମିତି । ଏ ସବୁ କଥା ବଡ଼ ସନ୍ଦେହ ସୃଷ୍ଟି କରୁଛି । ରାଜ୍ୟ ସରକାର ନିଜ ନିରପେକ୍ଷତା ପାଇଁ ପ୍ରଜାତନ୍ତ୍ର ରେ ଲୋକଚାର ଓ ଉତ୍ତର ଦାୟିତ୍ୱ ର ମହତ୍ତ୍ଵ ରହିଛି । ନିଜର ସ୍ୱଚ୍ଛତା ପାଇଁ ନିରପେକ୍ଷ ତଦନ୍ତ ହେବା ଦରକାର। ତାଙ୍କ ଦଳ ତଥା ରାଜ୍ୟ ବିଜେପି ଯେଉଁ ସିବିଆଇ ତଦନ୍ତ ଦାବି କରିଛି ବହୁତ ଭାବିଚିନ୍ତି ସିବିଆଇ ତଦନ୍ତ କରିଛି। ସେ ଏଥିରେ ଏକମତ ବୋଲି କହିଛନ୍ତି।

 

 

 

 

Leave A Reply

Your email address will not be published.