Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ପାଳନ କରାଯିବ: ପୁରୀ ଗଜପତି

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି । ବୈଠକ ସରିବା ପରେ ପ୍ରତିକ୍ରିୟା ରଖି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସନ୍ଧ୍ୟାରେ ପୁଣିଥରେ ବୈଠକ ବସିବ । ଛତିଶା ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବ । ମନ୍ଦିର ଭିତରେ କିଭଳି ବିଧି ରକ୍ଷା ହେବ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯିବ । ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ଆସନ୍ତାକାଲି ସକାଳ ସୁଦ୍ଧା ନିଷ୍ପତ୍ତି ନିଆଯିବ ।

ପୁରୀ ଗଜପତି କହିଛନ୍ତି, ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ପାଳନ କରାଯିବ । ଧାର୍ମିକ କାରଣରୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ ହୋଇନାହିଁ । କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଧାର୍ମିକ ପ୍ରକ୍ରିୟା ଅନୁସାରେ ନିଷ୍ପତ୍ତି ନିଆଯିବ । ଶ୍ରୀନ୍ଦିର ସ୍ୱତ୍ୱଲିପି ଛାଡି ଅନ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ । ଅସାଧାରଣ ପରିସ୍ଥିତିରେ ଅସାଧାରଣ ବ୍ୟବସ୍ଥା କରିବାକୁ ହୁଏ । ମ୍ୟାନେଜମେଂଟର ନିଷ୍ପତ୍ତି ସରକାର ଗ୍ରହଣ କଲେ ନାହିଁ । ଏବେ କ୍ୟାବିନେଟ୍ ନିଷ୍ପତ୍ତି ପରେ ରିଭ୍ୟୁ ପିଟିସନ ଦରକାର ନାହିଁ ବୋଲି ଗଜପତି ଦିବ୍ୟସିଂହ ଦେବ ମତ ରଖିଛନ୍ତି ।

Leave A Reply

Your email address will not be published.