Latest Odisha News

ଅନୁଗୁଳରେ ପହଞ୍ଚିଲା ଗୁଜୁରାଟରୁ ଆସୁଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍

ଅନୁଗୁଳ: ଗୁଜୁରାଟରୁ ୧୬୫୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ସୋମବାର ସକାଳେ ଅନୁଗୁଳ ରୋଡ୍ ରେଳ ଷ୍ଟେସନରେ ପହଞ୍ଚିଛି।

ପାଖାପାଖି ୨୪ଟି ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ଏହି ପ୍ରବାସୀମାନଙ୍କୁ ଟ୍ରେନରୁ ଓହ୍ଲାଇବା ପରେ ସ୍କ୍ରିନିଂ କରାଯାଇଥିଲା।

ପ୍ରବାସୀମାନଙ୍କୁ ଅନ୍ୟ ଜିଲ୍ଲାକୁ ନେବା ପାଇଁ ୩୦ ଏବଂ ଅନୁଗୁଳର ବିଭିନ୍ନ ବ୍ଲକକୁ ପଠାଇବା ପାଇଁ ପ୍ରାୟ ୨୦ ଟି ବସ୍ ବ୍ୟବସ୍ଥା କରାଯାଇଥିଲା

ଉଲ୍ଲେଖଯୋଗ୍ୟ, ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ମାସ୍କ, ସାମାଜିକ ଦୂରତା ନିୟମ ଏବଂ ସ୍ୱଚ୍ଛତା ବଜାୟ ରଖିବା ବାଧ୍ୟତାମୂଳକ।

Comments are closed.