Latest Odisha News

BREAKING NEWS

ରାୟଗଡା କାଶୀପୁର ବ୍ଲକରେ ଡାଇରିଆ ଆତଙ୍କ। ସ୍ଥିତି ପରିଖିବାକୁ ପହଞ୍ଚିଲେ RMRC ଟିମ୍

ରାୟଗଡ଼ା  : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଛି ଡାଇରିଆ ।  ୭ ଜଣ ମୃତ ଏବଂ ୭0ରୁ ଉର୍ଦ୍ଧ ଆକ୍ରାନ୍ତ ପରେ ସ୍ଥିତି ପରିଖିବା ପାଇଁ ଟିକିରିରେ ପହଞ୍ଚିଲେ RMRC ର ବିଶେଷଜ୍ଞ ଦଳ ।   ବର୍ତ୍ତମାନ ସୁଦ୍ଧା ଏଥିରେ ୭୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହ ଗତକାଲି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥିତିର ଅନୁଧ୍ୟାନ ପାଇଁ RMRC ର ସ୍ଵତନ୍ତ୍ର ବିଶେଷଜ୍ଞ ଦଳ ଆଜି କାଶୀପୁର ବ୍ଲକ ଡାଇରିଆ ପ୍ରଭାବିତ ଅଞ୍ଚଳ ଗସ୍ତ କରୁଛନ୍ତି।

ଆରଏମଆରସି ତରଫରୁ ଏକ ଟିମ୍ ପ୍ରଭାବିତ ଗ୍ରାମ ଗୁଡିକରେ ଜଳ ଓ ମଳ ନମୁନା ସଂଗ୍ରହ କରିବେ। ଏଥିସହ ଜିଲ୍ଲା ଜନସ୍ବାସ୍ଥ୍ୟ ଲ୍ୟାବ ରିପୋର୍ଟ ମଧ୍ୟ ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି RMRC ର ବିଶେଷଜ୍ଞ ଦଳର ଟିମ ଲିଡର ଡା. ବିଭୁତି ଭୂଷଣ ପାଲ । ତେବେ ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ ରୋଗୀଙ୍କ ଠାରେ ଦେଖା ଦେଇଥିବା ଲକ୍ଷଣ ହଇଜା ହୋଇଥିବା ଏହି ଟିମ୍ ଅନୁମାନ କରାଯାଉଥିବା ସୂଚନା ଦେଇଛନ୍ତି ଡାକ୍ତର ପାଲ । ତେବେ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ହିଁ ତାହା ସ୍ପଷ୍ଟ ହେବ ବୋଲି ଟିମ୍ ମୁଖ୍ୟ କହିଛନ୍ତି।

Leave A Reply

Your email address will not be published.