Latest Odisha News

BREAKING NEWS

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ମହାଦେବଙ୍କ ପୂଜାର୍ଚ୍ଚନା ଲାଗି ସାରା ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା କାଉଡିଆମାନଙ୍କର ଭିଡ ଜମିବାରେ ଲାଗିଛି ।

ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ, ଲିଙ୍ଗରାଜ, ପଞ୍ଚଲିଙ୍ଗେଶ୍ୱର ଏବଂ ବେଦବ୍ୟାସ ପରି ପ୍ରମୁଖ ଶୈବପୀଠମାନଙ୍କରେ ଭଗବାନଙ୍କ ଜଳାଭିଷେକ କରିବା ଲାଗି ଭକ୍ତଙ୍କ ଭିଡ ଲାଗିରହିଛି ।

 

 

 

 

 

 

ଅପରପକ୍ଷରେ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ତଥା ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ସମସ୍ତ ଶିବାଳୟଗୁଡିକରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave A Reply

Your email address will not be published.