Latest Odisha News

BREAKING NEWS

ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡରର କାର୍ଯ୍ୟ

ପୁରୀ : ଐତିହ୍ୟ କରିଡର ପରିକଳ୍ପନାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓ ବି ସି ସିକୁ ଦାୟିତ୍ୱ ଦିଆଯାଇଛି । ଯେଉଁ ଅନୁସାରେ କରିଡର ଭିତରେ ଥିବା ସମସ୍ତ ମଠକୁ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ପୁନଃ ସ୍ଥାପନ କରାଯିବ । ପ୍ରଥମେ ଲଙ୍ଗୁଳି ମଠ, ବଡ ଛତା ମଠ ଓ ଛାଉଣୀ ମଠକୁ ସୌନ୍ଦର୍ଯ୍ୟକରଣ କରାଯିବ । ଏହାର ଢାଞ୍ଚାର ସୌନ୍ଦର୍ଯ୍ୟକରଣ ସହ ମଠର ଗାଦୀଗୃହ, ମନ୍ଦିର ଓ ଧ୍ୟାନ ମଣ୍ଡପ ଆଦିକୁ ନୂତନ ରୂପ ଦିଆଯିବ । ଆଜି ଓବିସିସିର ମ୍ୟାନେଜିଂ ଡାଇରେକ୍ଟର ଜୟକୃଷ୍ଣ ଦାସ ଓ ଅନେକ ଅଧିକାରୀ ଏବଂ ପ୍ରଖ୍ୟାତ ପଥର ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ କରିଡରର ସମୀକ୍ଷା କରିଥିଲେ। ଏବଂ ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡରର କାର୍ଯ୍ୟ ବୋଲି ଶିଳ୍ପୀ ସୁଦର୍ଶନ ସାହୁ କହିଛନ୍ତି।

BjdElectrycity

ସିଂହଦ୍ଵାର ଓ ଏହାର ଦୁଇପାର୍ଶ୍ୱରେ ଥିବା ମଠକୁ ଦିଆଯିବ ନୁଆ ରୂପ। ବଡଛତା ମଠ ଓ ଛାଉଣୀ ମଠରେ ନିର୍ମାଣ ହେବ ଦୁଇଟି ମନ୍ଦିର। ଶ୍ରୀମନ୍ଦିର ଆକୃତିର ଛାପରେ ନିର୍ମାଣ ହେବ ତିନୋଟି ମଠର ରୂପରେଖ। ଶ୍ରୀମନ୍ଦିର ଯେଉଁ ପଥରରେ ନିର୍ମାଣ ହୋଇଛି ସେହି ପଥର ବ୍ୟବହାର କରାଯିଵ। ସେପଟେ ବିଶ୍ର ଐତିହ୍ୟ ସହର ପରିକଳ୍ପନା ପାଇଁ ୩୫୦୦କୋଟି ଆର୍ଥିକ ଅଟକଳ କରାଯାଇଛି। ସେହି ଅନୁପାତରେ ଐତିହ୍ୟ କରିଡର ନିର୍ମାଣ କରାଯିବ ବୋଲି ଓ ବିସିସିର ଏମ ଡି ସୂଚନା ଦେଇଛନ୍ତ

Leave A Reply

Your email address will not be published.