Latest Odisha News

BREAKING NEWS

ଏହି ୧୦ଟି ରାଜ୍ୟରେ ବଢୁଛି ସଂକ୍ରମଣ; ସତର୍କ ରହିବାକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: କୋଭିଡ ମାମଲାରେ ଦଶଟି ରାଜ୍ୟରେ ସ୍ଥିତି ଉଦ୍‌ବେଗଜନକ ରହିଛି ବୋଲି ସରକାର ଆଜି କଡା ଚେତାବନୀ ଦେଇଛନ୍ତି। ଆବଶ୍ୟକ ସତକର୍ତା ଅବଲମ୍ବନ କରିବା ସହିତ କଡା ପଦକ୍ଷେପ ଉପରେ ଧ୍ୟାନ ଦେବାକୁ ଆଜି ରାଜ୍ୟମାନଙ୍କୁ ମଧ୍ୟ କୁହାଯାଇଛି। ୬୦ରୁ ଅଧିକ ଏବଂ ୪୫ରୁ ୬୦ ବୟସ ବର୍ଗରେ ଟିକାକରଣକୁ ବୃଦ୍ଧି କରିବାକୁ ସରକାର କହିଛନ୍ତି। କାରଣ ମୃତ୍ୟୁହାରର ୮୦ ପ୍ରତିଶତ ଏହି ନିର୍ଦ୍ଦିଷ୍ଟ ବୟସ ବର୍ଗର ବୋଲି ପ୍ରମାଣିତ ହୋଇଛି।

BjdElectrycity

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର ହେଉଛି ଏହି ରାଜ୍ୟ ‌ଯେଉଁଠି ଏବେ ସଂକ୍ରମଣ ହାର ଉଚ୍ଚ ରହୁଛି।

୪୬ ଟି ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ରେକର୍ଡ ହୋଇଥିବା ବେଳେ ୫୩ ଟି ଜିଲ୍ଲାରେ ୫ରୁ ୧୦ ପ୍ରତିଶତ ମଧ୍ୟରେ ପଜିଟିଭିଟି ହାର ରେକର୍ଡ ହୋଇଛି। ଏହାସହିତ ରାଜ୍ୟଗୁଡିକୁ ଟେଷ୍ଟିଂ ବୃଦ୍ଧି କରିବାକୁ କୁହାଯାଇଛି। ଏଥିରେ ଖିଲାପ୍‌ ହେଲେ ସମ୍ପୃକ୍ତ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସରକାର ଆଜି ଚେତାବନୀ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା ଯେଉଁଥିରେ ରାଜ୍ୟର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବ୍ୟତୀତ ଭାରତୀୟ ମେଡିକାଲ ରିସର୍ଚ୍ଚର ଡାଇରେକ୍ଟର ଜେନେରାଲ ଡ. ବଳରାମ ଭାର୍ଗଭ ମଧ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.