Latest Odisha News

BREAKING NEWS

ଆଜିଠୁ ଗଡ଼ିବ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍

ନୂଆଦିଲ୍ଲୀ: ଆଜିଠୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ ହେବ । ଆଇଆରଟିସି ପକ୍ଷରୁ ମିଳିଛି ସୂଚନା । ଏହି ଟ୍ରେନର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କରିବେ । ୮ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍‌ ଯାତ୍ରା କରିବ । ୮ ଦିନିଆ ଏହି ଟ୍ରେନ୍ ଯାତ୍ରାରେ ୬୦୦ ପର୍ଯ୍ୟଟକ ଅଂଶଗ୍ରହଣ କରୁଥିବା ଜଣାପଡ଼ିଛି

ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଏହି ଟ୍ରେନ୍‌ ଯାତ୍ରା କରିବ । ଦିଲ୍ଲୀର ସଫଦରଗଞ୍ଜ ଷ୍ଟେସନରୁ ଏହାର ଶୁଭାରମ୍ଭ ହେବାକୁ ଥିବା ବେଳେ ବାରଣାସୀରେ ଏହାର ପ୍ରଥମ ଷ୍ଟପେଜ ହେବ ବୋଲି ଜଣାପଡ଼ିଛି । ପର୍ଯ୍ୟଟକମାନେ ସେଠାରେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଓ ଆରତି ସ୍ଥଳ ଆଦି ପରିଦର୍ଶନ କରିବାର ସୁଯୋଗ ପାଇପାରିବେ । ପରେ ଏହି ଟ୍ରେନଟି ଝାଡ଼ଖଣ୍ଡ ହୋଇ ପୁରୀ ଅଭିମୁଖେ ଯାତ୍ରା କରିବ ।

Leave A Reply

Your email address will not be published.