Latest Odisha News

BREAKING NEWS

ଲକ୍ଷୀମପୁର ଖେରି ଚାଷୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରି ଚାଷୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ୮ ସପ୍ତାହ ପାଇଁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ମହେଶ୍ୱରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଅଶିଷଙ୍କୁ ବେଲ୍ ଦେଇଛନ୍ତି। ଏହା ପୂର୍ବରୁ ୧୯ ଜାନୁଆରୀରେ ଆଶିଷଙ୍କର ଜାମିନ ଆବେଦନର ଶୁଣାଣି କରି କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ଆଉ ଆଜି ତାଙ୍କୁ ଜାମିନ ମିଳିଯାଇଛି।

ତେବେ ଆଶିଷଙ୍କ ପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି। ତାଙ୍କୁ ଦିଆଯାଇଥିବା ଜାମିନ୍‌ରେ ସର୍ତ୍ତରେ କୁହାଯାଇଛି ଯେ ଆଶିଷ ଉତ୍ତର ପ୍ରଦେଶ କି ଦିଲ୍ଲୀ ଆଖାପାଖ ଅଞ୍ଚଳରେ ରହିପାରିବେ ନାହିଁ, କି ଶାକ୍ଷୀ ନଷ୍ଟ କରିବାକୁ ଉଦ୍ୟମ କରିପାରିବେ ନାହିଁ। ତେବେ ତାଙ୍କୁ ଟ୍ରାଏଲ କୋର୍ଟରେ ହଜାର ହେବାକୁ ନିର୍ଦ୍ଦେଶ ଦିଆଯିବ ସେବେ ସିଏ ଉତ୍ତର ପ୍ରଦେଶରେ ପ୍ରବେଶ କରିପାରିବେ। ସପ୍ତାହ ଭିତରେ ତାଙ୍କୁ ୟୁପି ଛାଡ଼ିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ଜାମିନ ଅବଧି ସମୟରେ ଆଶିଷ କେଉଁଠି ରହୁଛନ୍ତି ସେ ବିଷୟରେ କୋର୍ଟକୁ ଅବଗତ କରିବେ ଓ ପାସ୍‌ପୋର୍ଟକୁ କୋର୍ଟରେ ପୈଠ କରିବେ। ବେଲ୍ ସମୟରେ ସେ ଯେଉଁ ସ୍ଥାନରେ ରହିବେ ସେହି ସ୍ଥାନର ପୁଲିସ ଷ୍ଟେସନ୍‌କୁ ଆସି ନିଜର ଉପସ୍ଥାନ ଦର୍ଶାଇବ ବୋଲି କୋର୍ଟ କହିଛନ୍ତି।

ଯାଞ୍ଚରେ ସହଯୋଗ କରିବା ସହ ଶାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ଜାମିନ ରଦ୍ଦ ହେବ ବୋଲି କୋର୍ଟ କହିଛନ୍ତି। ସେହିପରି ଏହି ଘଟଣାରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ ମିଳିଛି। ତା ସହ ସୁପ୍ରିମକୋର୍ଟ ଶାକ୍ଷୀମାନଙ୍କର ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ସେସନ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୪ ତାରିଖରେ ମାମଲାରେ ପରବର୍ତ୍ତି ଶୁଣାଣି ହେବ।

ସୂଚନା ଥାଉକି ଅକ୍ଟୋବର ୩ ତାରିଖ ୨୦୨୧ରେ ଲକ୍ଷୀମପୁର ଖେରିରେ କୃଷକ ହତ୍ୟା ଘଟଣା ଘଟିଥିଲା। ଚାଷୀ ଆଇନ୍‌ ନେଇ କୃଷକମାନେ ଆନ୍ଦୋଳନ କରୁଥିବା ବେଳେ  ଆଶିଷ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର୍ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ହିଂସା ସୃଷ୍ଟି ହୋଇଥିଲା। ସମ୍ପୂର୍ଣ୍ଣ ଘଟଣାର ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ସାମ୍ବାଦିକଙ୍କର ବି ମୃତ୍ୟୁ ହୋଇଥିଲା।

 

Leave A Reply

Your email address will not be published.