Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୨୪: ଚାରି ହଜାର ଦେବ କନ୍ୟା ଦ୍ୱାପରରେ ଗୋପୀ ହେବାର ଆଶୀଷ ପାଇଲେ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଏକ ମୁଖ୍ୟ ଭକ୍ତି ରସ ଯୁକ୍ତ ପ୍ରସଙ୍ଗ ଗୋପୀ ଭାବ। ଆମେ ଜାଣିଲେ ଶ୍ରୁତିଗଣ ବା ଦେବ କନ୍ୟା ଗଣ ବିରାଟପୁରୁଷଙ୍କ କମନୀୟ ରୂପ ଦର୍ଶନ କରିବା ପାଇଁ ପାର୍ଥନା କଲେ, ଏବଂ ପରମାତ୍ମା ସେମାନଙ୍କୁ ଆଗାମୀ ସୃଷ୍ଟିରେ ଏହି ସ୍ୱରୂପ ଦର୍ଶନ ଦେବାର ଇଙ୍ଗିତ ଦେଲେ। ଯଦୁ କୂଳ ଗୁରୁ ଗର୍ଗମୁନିଙ୍କ ବର୍ଣନା ରେ ଏହା ଅତି ସୁନ୍ଦର ରହିଛି
“କନ୍ଦର୍ପ କୋଟି ଲବଣ୍ୟେ ତ୍ୱୟୀ ଦୃଷ୍ଟେ ମନାଂସି ନଃ।
କାମିନୀ ଭାବମାସାଦ୍ୟ ସ୍ମର କ୍ଷିପ୍ତାନ୍ୟ ସଂଶୟମ୍।।

ୟୟା ତ୍ବଲୋର୍କବାସିନ୍ୟାଃ କାମତତ୍ତ୍ୱେନ ଗୋପିକାଃ ଭଜନ୍ତି ରମଣଂ ମତ୍ତ୍ଵ।
ଚିକିର୍ଷା ଅଜନି ନସ୍ତଥା।
ଦୁର୍ଲଭୋ ଦୁର୍ଘଟଶୈବ ପୁସ୍ମାକଂ ତୁ ମନୋରଥ।।
ଏହା ଥିଲା ଦେକନ୍ୟା ମାନଙ୍କ ପ୍ରାର୍ଥନା, ଏହାର ଉତ୍ତରରେ ପରମେଶ୍ୱର କହିଲେ
ପୃଥିବ୍ୟାଂ ଭାରତେ କ୍ଷେତ୍ରେ ମାଥୁରେ ମମ ମଣ୍ଡଳେ।
ବୃନ୍ଦାବନେ ଭବିଷ୍ୟାମୀ ପ୍ରେୟାନ୍ଵୋ ରାସ ମଣ୍ଡଳେ।।
ଜାର ଧର୍ମେଣ ସୁସ୍ନେହଂ ସୁଦୃଢ଼ଂ ସର୍ବତୋ ଅଧିକମ।

ଏହାର ଭାବାର୍ଥ ଆଗରୁ ଆଲୋଚିତ ହୋଇଛି। ଏହଠାରେ କହିରଖେ ଏମିତି ସାନ୍ତ୍ୱନା ପରମେଶ୍ୱରଙ୍କ ଠାରୁ ପାଇଥିଲେ ଚାରି ହଜାର ଶ୍ରୁତି ଗଣ। ଷୋଳ ହଜାର ଗୋପୀଙ୍କ ଯାଗାରେ ଆଉ କିଏ କିଏ ଥିଲେ ସେ ବିଷୟରେ ଆଲୋଚନା ଜାରି ରଖିବା ଦେବକନ୍ୟାଙ୍କ ପରେ ପରେ ଆସିବେ ଋଷି ମାନେ, ତ୍ରେତୟା ଯୁଗର କଥା ପିତୃ ସତ୍ୟ ପାଳି ପ୍ରଭୁ ଶ୍ରୀରାମ ନିଜ ପତ୍ନୀ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ନେଇ ବନବାସରେ ଯିବା ସମୟରେ ବନ ମଧ୍ୟରେ ଯଜ୍ଞ କର୍ମରେ ଲିପ୍ତ ଚାରିହଜାର ଋଷି ମାନେ ଶ୍ରୀରାମଙ୍କ ଅଙ୍ଗ ଶୋଭାରେ ମୁଗ୍ଧ ହୋଇ ମନରେ ତାଙ୍କୁ ସ୍ୱାମୀ ରୂପେ ପାଇବାର କାମନା ଜାଗିଲା।

ଏହା ମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-123-those-who-are-always-engaged-in-drinking-krishnas-juice-with-their-senses-and-mind-are-the-gopis/

ସର୍ବଦା ଈଶ୍ୱରୀୟ ଚିନ୍ତା ସହିତ ଯଜ୍ଞ ରୂପକ ଧର୍ମ କାର୍ଯ୍ୟରେ ଲିପ୍ତ ଥିବା ଋଷି ମାନଙ୍କ ମନୋକାମନା ପୂର୍ତ୍ତି ଉଦ୍ୟେଶରେ ପୂର୍ବ ପରି ନୂତନ ଯୁଗ ଆଗମନ ପାଇଁ ଅପେକ୍ଷା କରିବାକୁ କହିଗଲେ। ଯାହାକୁ କବି ସମ୍ରାଟ ଭଞ୍ଜ ଏହିପରି ବର୍ଣ୍ଣନା କରିଛନ୍ତି
“ବଲ୍ଳଭି ତୁମ୍ଭେ ହୋଇବ ଦ୍ୱାପରୋ
ବ୍ରଜେ ରହିବୁ ଆମ୍ଭେ କଂସ ଡରେ।।
ବୃନ୍ଦାବନରେ ହେବ ରାସ କେଳି।
ବଲ୍ଳଭି ଏ ଦେହେ ଏକା ମୈଥିଳି।।
ସେହିପରି ଚାରି ହଜାର ଦେବ କନ୍ୟା ମଧ୍ୟ ଦ୍ୱାପରରେ ଗୋପୀ ହେବାର ଆଶୀଷ ପାଇଲେ, ଏମିତି ହେଲେ ବାର ହଜାର, ଆଉ ଚାରି ହଜାର କିଏ ଏହା ଜାଣିବା ଆଗାମୀ ଅଧ୍ୟାୟରେ ବର୍ତ୍ତମାନ ସେହି ଭାଗବତର ଚିନ୍ତନ ଓ ମନନ କରିବା
ହରି ଚରିତ ସୁଧା ବାରି।
ଶ୍ରୁତି ଯୁଗଳେ ପାନ କରି।।
ଗୋବିନ୍ଦ ନାମ ଭେଳା କରି।
ହେଳେ ତରିବ ଭବ ବାରି।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.