Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୨୫: ତ୍ରେତୟାର ସ୍ଵର୍ଣ୍ଣ ପ୍ରତିମା ଗଣ ଦ୍ୱାପରରେ ବା ବ୍ରଜରେ ଗୋପୀ ଭାବରେ ଜନ୍ମ ଗ୍ରହଣ କଲେ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଗୋପୀ ଭାବ କଥା ଆଲୋଚନା କରୁ କରୁ ଆମେ ଜାଣିଲେ ଗୋପୀ କିଏ, କିନ୍ତୁ ଷୋଳ ସହସ୍ର ଗୋପୀଙ୍କ ହିସାବ ଅନୁସାରେ ଆମେ ଚାରି ହଜାର ଶ୍ରୁତିଗଣ, ଚାରିହଜାର ଦେବକନ୍ୟା ଓ ଚାରିହଜାର ଯଜ୍ଞରତ ଋଷି ଗଣଙ୍କ କଥା ଜାଣିଲେ ଯେଉଁମାନେ ପରଂବ୍ରହ୍ମ ତଥା ଶ୍ରୀରାମଙ୍କ ରୂପରେ ମୁଗ୍ଧ ହୋଇ ତାଙ୍କର ଅଙ୍ଗସଙ୍ଗ ଲାଭ କରିବାର ଇଚ୍ଛା ପ୍ରକଟ କରିଛନ୍ତି ଓ ଦ୍ୱାପରରେ ଗୋପୀ ହେବାର ବର ପ୍ରାପ୍ତ ହୋଇଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠେ ଏହି ବାର ହଜାରଙ୍କୁ ଛାଡି ଆଉ ଚାରିହଜାର ଭାଗ୍ୟବାନ କିଏ ଯେକି ଗୋପୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସୁନ୍ଦର ଉପାଖ୍ୟାନ ଟିଏ ଆପଣଙ୍କ ପାଖରେ ରଖିବି “ମା ସୀତାଙ୍କ “ସହିତ ଜଡିତ କାହାଣୀ। ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନର ଏକ ଦୁଃଖଦ ତଥା ଚର୍ଚ୍ଚିତ ପ୍ରସଙ୍ଗ। ମା ସୀତାଙ୍କ ବର୍ଜନ ପରର କାହାଣୀ। ଏହା ଯେତିକି ରୋଚଜ ସେତିକି ତତ୍ୱ ପୂର୍ଣ୍ଣ, ଅବଶ୍ୟ ଏଠାରେ ବର୍ଣିତ ସ୍ଵର୍ଣମୟୀ ସୀତାଙ୍କ କାହାଣୀରେ ଚାରି ହଜାର ସ୍ଵର୍ଣ ପ୍ରତିମାର ଉପସ୍ଥିତି କେତେ ଦୂର ଯୁକ୍ତିଯୁକ୍ତ ଓ ପ୍ରାସଙ୍ଗିକ ତାହା ଆପଣ ମାନେ ବିଚାର କରିବେ ତାହାର ବିସ୍ଲେସଣ ମୁଁ କରୁନାହିଁ। କିନ୍ତୁ ଏହା ସତ୍ୟ ଯେ ଆୟୋଜିତ ଯଜ୍ଞରେ ଶ୍ରୀରାମ ଆହୁତି ପ୍ରଦାନ କରିବା ପାଇଁ ମା ସୀତାଙ୍କର ସ୍ଵର୍ଣ ପ୍ରତିମା ବ୍ୟବହାର କରିଥିଲେ, କାରଣ ଶାସ୍ତ୍ର କହେ ବିନା ପତ୍ନୀରେ ଯଜ୍ଞରେ ଆହୁତି ପ୍ରଦାନ କଲେ ତାହା ସମ୍ପୂର୍ଣ ହୁଏନି କି ଯଜ୍ଞର ଫଳ ମିଳେନି।

ଏହି ପ୍ରସଙ୍ଗ ରେ ଏହା ଚାରିହଜାର ସ୍ଵର୍ଣ ପ୍ରତିମା ବୋଲି କଥିତ ଅଛି, ଏଠାରେ ମୁଖ୍ୟ ତତ୍ୱ ହେଉଛି ସେହି ବ୍ରହ୍ମ ତତ୍ୱ କାରଣ ଏହି ଚାରିହଜାର ସ୍ଵର୍ଣ ପ୍ରତିମା ଏଠାରେ ବ୍ରହ୍ମ ମୟ ହୋଇଛନ୍ତି, ଆମେ ଜାଣିଛେ ବ୍ରହ୍ମଙ୍କ ଉପସ୍ଥିତି ଚାରିଆଡେ ହୋଇପାରେ ଅର୍ଥାତ ସ୍ଥାବର, ଜଙ୍ଗମ, କୀଟ, ପତଙ୍ଗ, ପ୍ରାଣୀ, ବୃକ୍ଷଲତା, ଏପରିକି ସୁକ୍ଷ୍ମ ଅଣୁ, ପରମାଣୁରେ ମଧ୍ୟ ସେହି ଅନୁସାରେ ଯଜ୍ଞ ସ୍ଥଳରେ ଉପସ୍ଥିତ ସ୍ଵର୍ଣ ପ୍ରତିମା ଗଣଙ୍କ ଜୀବନ ଶକ୍ତି ଜାଗ୍ରତ ହୋଇଛି। ତଥା ସେମାନେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ପ୍ରକୃତ ଅଙ୍ଗ ସଙ୍ଗ ଲାଭର ଇଚ୍ଛା ପ୍ରକଟ କରିଛନ୍ତି ଆଉ ପରଂବ୍ରହ୍ମ ସେମାନଂକୁ ଦ୍ୱାପର ଯୁଗରେ ଗୋପୀ ହେବାର ପ୍ରତିଶୃତି ଦେଇଛନ୍ତି। ସୁତରାଂ ସେହି ସ୍ଵର୍ଣ ପ୍ରତିମା ଗଣ ଦ୍ୱାପରରେ ବା ବ୍ରଜରେ ଗୋପୀ ଭାବରେ ଜନ୍ମ ଗ୍ରହଣ କଲେ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-124-four-thousand-goddesses-were-blessed-with-the-blessing-of-becoming-gopis-in-dwapara/
“ତା ବ୍ରଜେଅପି ଭବିଷ୍ୟନ୍ତି ଯଜ୍ଞ ସୀତାଞ୍ଚ ଗୋପିକା8″ଅର୍ଥାତ ବ୍ରଜରେ ସେହି ଯଜ୍ଞ ସୀତା ଗଣ ଗୋପିକା ହୋଇ ଜନ୍ମ ନେଲେ, ଏହିପରି ସମୁଦାୟ ଷୋଳ ହଜାର ଗୋପୀଙ୍କ ଆବିର୍ଭାବ ଘଟିଲା ଏବଂ ପ୍ରଭୁ ଶ୍ରୀକୃଷ୍ଣ ଗୋପୀନାଥ ନାମକୁ ନିଜର କଲେ, କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଭାଷାରେ
ବୃନ୍ଦାବନେ ହେବ ରାସ କେଳି।
ବଲ୍ଲଭୀ ଏ ଦେହେ ଏକା ମୈଥିଳି।।
ବହିବୁ ଗୋପୀନାଥ ନାମକୁ—–
ଯଦୁ କୂଳ ଗୁରୁ ଗର୍ଗ ମୁନି ଲେଖିଲେ
କେବଳାନୁଭବାନନ୍ଦ ମାତ୍ରକ୍ଷରମ ବ୍ୟୟମ।
ଯତ୍ର ବୃନ୍ଦାବନଂ ନାମ ବନଂ କାମଦୁ6ର୍ଘଦ୍ୟୁମୈଃ।।
ମନୋରମ ନିକୁଞ୍ଜାକ୍ୟଂ ସର୍ବଂ ତୁ ସୁଖ ସଂଯୁତମ୍।
ଯତ୍ର ଗୋବର୍ଦ୍ଧନୋ ନାମ ସୁନିର୍ଝରଦରିଜୁତଃ।।

ଅର୍ଥାତ କେବଳ ଅନୁଭବରେ ହିଁ ଏହି ଦିବ୍ୟ ଲୀଳା ଆସ୍ଵାଦନ କରିହୁଏ, ଯେଉଁ ଠାରେ ପରଂବ୍ରହ୍ମ, ବୃନ୍ଦାବନ ନାମକ ବନରେ, ମନୋରମ କୁଞ୍ଜ ରେ ଓ ଗିରି ଗୋବର୍ଦ୍ଧନଙ୍କ କୋଳରେ ଯମୁନା କୂଳରେ ଏହି ଦିବ୍ୟ ଲୀଳା ସଂଘଟିତ ହୋଇଛି। ବର୍ତ୍ତମାନ ସେହି ପରଂବ୍ରହ୍ମଙ୍କ କୃପା ପାର୍ଥି ହୋଇ ପଢିବା ଓଡ଼ିଆ ଭାଗବତ ଓ ଆଗାମୀ ଅଧ୍ୟାୟରେ ଜାଣିବା ପ୍ରକୃତ ଗୋପୀ ଭାବ କଣ, ତାହା କିପରି ପ୍ରକାଶ ହୁଏ
ସେ ନାରାୟଣ ଦେହ ଗତେ।
ବସନ୍ତି ଭାବ ଅନୁମତେ।।
ଏଭାବେ ଦୃଢ଼ ଯାର ମନ।।
ସେ ପ୍ରାଣୀ ଭକତ ଉତ୍ତମ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.