Latest Odisha News

ସରିଲା ମହୁରତ, ଆରମ୍ଭ ହେବ ଫିଲ୍ମ “ପ୍ରେମୀ ଆୱାରା”ର ସୁଟିଂ

ଭୁବନେଶ୍ୱର: ଦର୍ଶକ ପୁଣି ଦେଖିବେ ଲୁବୁନ୍‌-ଟୁବୁନ୍‌ଙ୍କ ଜଲୱା । ହେଲେ ଏଥର ଅନ୍‌ସ୍କ୍ରିନ୍‌ରେ ନୁହେଁ ବରଂ କ୍ୟାମେରା ପଛରେ ଧମାଲ୍ ମଚାଇବେ ଦୁଇଭାଇ । କାହିଁକି ନା ଖୁବଶୀଘ୍ର ଲୁବୁନ୍‌-ଟୁବୁନ୍‌ଙ୍କ ନିର୍ଦ୍ଦେଶିତ ୫ମ ଫିଲ୍ମ ଦର୍ଶକଙ୍କ ସାମ୍ନାକୁ ଆସିବ । ନିର୍ମାଣ ହେବ ଓଡିଆ ଫିଲ୍ମ ପ୍ରେମୀ ଆୱାରା । ଆଜି ଭୁବନେଶ୍ୱରରେ ଫିଲ୍ମର ଶୁଭ ମହୁରତ ସରିଥିଲାବେଳେ ଆଗାମୀ ଦିନରେ ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ମହରୁତ ଅବସରରେ ଫିଲ୍ମର ପ୍ରଯୋଜକ ପ୍ରଭାତୀ ଆଚାର୍ଯ୍ୟ, ନିର୍ଦ୍ଦେଶକ ଲୁବୁନ-ଟୁବୁନ୍ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ନଜର ଆସିଥିଲେ । ଅନ୍ୟପଟେ ଅଭିନୟରେ ନୂଆ ଲିଡ୍ ପେୟାର୍ ଭାବେ ନଜର ଆସିବେ ଓମ୍‌କାର ଓ ଅଙ୍କିତା । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ସରୋଜ ଦାସ, ଟନିଆ, କାଳିଆ ଓ ରିସ୍ନାଙ୍କୁ ଦେଖିବାକୁ ମିଳିବ । ଆକ୍ସନ, ରୋମାନ୍ସ ଓ ହାଲକାଫୁଲ୍‌କା କମେଡି ଥିମ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ସୁଟିଂ ଆସନ୍ତା ୧୨ତାରିଖରୁ ଆରମ୍ଭ ହେବ ।

Leave A Reply

Your email address will not be published.