Latest Odisha News

BREAKING NEWS

ଫିଲ୍ମ ‘ହେ ରାମ୍’ର ଶୁଭ ମହୁରତ

ଭୁବନେଶ୍ଵର: ବିଦିଶା କ୍ରାଫ୍ଟ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହେ ରାମ୍’ର ଶୁଭମହୁରତ୍ l ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି l ଏହି ଶୁଭମହୁରତରେ ବିଦିଶା କ୍ରାଫ୍ଟର ପ୍ରଯୋଜକ ବିଜୟ କାଣ୍ଡୋଇ, ନିର୍ଦେଶକ ବାସୁଦେବ ବରାଡ଼, ଅଭିନେତା ସମ୍ବିତ , ଅଭିନେତ୍ରୀ ଆର୍ଲିନ ନନ୍ଦିତା, ସଂଳାପ ଲେଖକ ମାନସ ରଞ୍ଜନ ସାମଲ ଓ ଦିପ୍ତି ପଟ୍ଟନାୟକ, ସିନେମାଟୋଗ୍ରାଫର ଧ୍ରୁବାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

BjdElectrycity

ବିର୍ଶା ମୁଣ୍ଡାଙ୍କ ଜୀବନ ଶୈଳୀରୁ ପ୍ରେରିତ ଧର୍ମାନ୍ତୀକରଣ ଉପରେ ଚଳଚ୍ଚିତ୍ରଟିର କାହାଣୀ ଗତିଶୀଳ ହୋଇଛି l ଲୋକମାନଙ୍କୁ ଧର୍ମାନ୍ତୀକରଣରୁ ନିବୃତ ରଖିବା ଓ ପ୍ରତ୍ୟକ ଧର୍ମକୁ ସମ୍ମାନ ଦେବା ହେଉଛି ଏହି ଚଳଚ୍ଚିତ୍ରର ମୁଖ୍ୟ ଉଦ୍ଦେଶ୍ୟ । ଗୀତ ରଚନା କରିଛନ୍ତି ବଳିଷ୍ଠ ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର ଓ ନିର୍ମଳ ନାୟକ । ଚଳଚ୍ଚିତ୍ରରେ ଅଭିନେତା ସମ୍ବିତଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ଏବେ ଚାଲିଥିବା ବେଳେ ଫିଲ୍ମଟି ଆସନ୍ତା ଗଣେଷ ପୂଜାରେ ମୁକ୍ତିଲାଭ କରିବ ।

Leave A Reply

Your email address will not be published.