ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବଂ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ସମ୍ପର୍କ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଁଉଟିଥିଲା । ଏପରିକି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ଆଲୋଚନା ଧରିଥିଲା । ଅବଶ୍ୟ ସାରା କିମ୍ବା ଶୁଭମନଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ କେବେ ଆସି ନାହିଁ । ଶୁଭମନ ଓ ସାରା ପରସ୍ପରକୁ ହଠାତ ଇନଷ୍ଟାଗ୍ରାମରେ ଅନଫଲୋ କରିବା ପରେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇଥିବା ନେଇ ଖବର ପ୍ରକାଶ ପାଇଛି । ତେବେ ଶୁଭମନ ଭଉଣୀଙ୍କୁ ସାରା ଫଲୋ କରୁଛନ୍ତି । ୨୦୧୯ ଆଇପିଏଲରେ ଉଭୟଙ୍କୁ ପ୍ରଥମେ ଏକତ୍ର ଦେଖିବାକୁ ମିଳିଥିଲା । ଶୁଭମନ ଯେତେବେଳେ ରେଂଜ ରୋଭର୍ସ କାର କିଣିଥିଲେ ସାରା ହାର୍ଟ ଇମୋଜୀ ଶେୟାର କରିଥିଲେ । ଜିମ୍ବାୱେ ଗସ୍ତରେ ଶୁଭମନ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ଏହା ପରେ ଉଭୟଙ୍କ ଆଫେୟର ଖବର ପୁନର୍ବାର ଟ୍ରେଣ୍ଡ କରିଥିଲା । ତେବେ ଅନଫଲୋ କରିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।
BREAKING NEWS
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
- ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?
- CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା
- ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ: ନଗର ଉନ୍ନୟନ ମନ୍ତ୍ରୀ
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
Comments are closed.