ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ ଗିଲ୍ ଟେଷ୍ଟର ନୂଆ ଅଧିନାୟକ
ରୋହିତ ଶର୍ମାଙ୍କ ସ୍ଥାନ ନେଲେ ଶୁବମନ ଗିଲ୍
ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର ନୂତନ ଅଧିନାୟକ କରାଯାଇଛି। ଉପ-ଅଧିନାୟକ ଭାବରେ ରିଷଭ ପନ୍ତଙ୍କୁ ଚୟନ କରାଯାଇଛି।
ମୁମ୍ବାଇରେ ଅନୁଷ୍ଠିତ ଏକ ବୈଠକରେ ଶନିବାର ବିସିସିଆଇ ଏହି ଘୋଷଣା କରିଛି। ଏହା ସହିତ ଇଂଲଣ୍ଡ ଗସ୍ତ ପାଇଁ ଏକ ୧୮ ଜଣିଆ ଦଳ ଘୋଷଣା କରାଯାଇଥିଲା। ୨୦ ଜୁନରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ଗସ୍ତରେ ଭାରତକୁ ୫ଟି ଟେଷ୍ଟ ଖେଳିବାକୁ ପଡିବ।
ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅବସର ପରେ ସାଇ ସୁଦର୍ଶନ ଏବଂ କରୁଣ ନାୟାରଙ୍କୁ ଦଳରେ ସ୍ଥାନ ମିଳିଛି। ଶାର୍ଦ୍ଦୁଳ ଠାକୁର ଦଳକୁ କମବ୍ୟାକ କରିଛନ୍ତି। ସେହିପରି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ସାଇ ସୁଦର୍ଶନ ଓ ଅର୍ଶଦୀପ ସିଂଙ୍କୁ ପ୍ରଥମଥର କରି ଟେଷ୍ଟ ଟିମରେ ସ୍ଥାନ ମିଳିଛି ।
ଆହତ କାରଣରୁ ମହମ୍ମଦ ସାମିଙ୍କୁ ଦଳରୁ ବାଦ ଦିଆଯାଇଛି। ଶ୍ରେୟାସ ଆୟର ଏବଂ ସର୍ଫରାଜ ଖାନଙ୍କୁ ବି ଦଳରେ ସ୍ଥାନ ମିଳିନି । ଅପରପକ୍ଷରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଦଳକୁ ଫେରିଛନ୍ତି କରୁଣ ନାୟର ।
ଉଲ୍ଲେଖଯୋଗ୍ୟ, ୨୫ ବର୍ଷ ବୟସରେ ଶୁବମନ ଗିଲ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ୱ କରିବାରେ ଚତୁର୍ଥ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୨୩ ବର୍ଷ ୧୬୯ ଦିନ ବୟସରେ, କପିଳ ଦେବ ୨୪ ବର୍ଷ ୪୮ ଦିନ ବୟସରେ ଏବଂ ରବି ଶାସ୍ତ୍ରୀ ୨୫ ବର୍ଷ ୨୨୯ ଦିନ ବୟସରେ ଭାରତର ଅଧିନାୟକତ୍ୱ କରିଥିଲେ।
ଭାରତୀୟ ଦଳ: ଶୁବମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଋଷଭ ପନ୍ତ (ଉପ-ଅଧିନାୟକ / ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ୱିକେଟ୍ କିପର), ଅଭିମନ୍ୟୁ ଇଶ୍ୱରନ୍, ସାର୍ଦ୍ଦୁଲ ଠାକୁର, ଜଶପ୍ରିତ ବୁମରାହ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, କରୁଣ ନାୟର, ୱାଶିଂଟନ୍ ସୁନ୍ଦର, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ।
Comments are closed.