Latest Odisha News

BREAKING NEWS

ରୋହିତଙ୍କ ପରି ଅଧିନାୟକ ହେବାକୁ ଚାହୁଁଛି: ଗିଲ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଏବେ ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ । ଅକ୍ଟୋବର ୧୯ରୁ ୩ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ଅଧିନାୟକ ହେବା ପରେ ଏକ ଗିଲଙ୍କ ପ୍ରଥମ ବୟାନ ସମ୍ମୁଖକୁ ଆସିଛି । ସେ କହିଛନ୍ତି ମୁଁ ରୋହିତ ଭାଇଙ୍କ ପରି ଶାନ୍ତ ମନରେ ଦଳର ନେତୃତ୍ୱ ନେବାକୁ ଚାହୁଁଛି । ସେ ଟିମର ସମସ୍ତ ଖେଳାଳିଙ୍କ ସହ ବନ୍ଧୁତା ଓ ବିଶ୍ୱାସ ରଖିଥାନ୍ତି । ମୁଁ ମଧ୍ୟ ଏହାର ପୂନରାବୃତି କରିବି ବୋଲି ଗିଲ କହିଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତ ପରେ ରୋହିତ ଓ ବିରାଟ କୋହଲି ଅବସର ନେବେ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଦିନିକିଆ କ୍ରିକେଟରେ ରୋହିତ ଭାଇ ଓ ବିରାଟ ଭାରତ ପାଇଁ ଅନେକ ମ୍ୟାଚ ଜିତାଇଛନ୍ତି । ଆମକୁ ତାଙ୍କର ଆବଶ୍ୟକତା ରହିଛି । କୋଚ ଗୌତମ ଗମ୍ଭୀରଙ୍କ ସହ ଭଲ ସମ୍ପର୍କ ନେଇ ତାଙ୍କୁ ପଚରାଯିବାରୁ ସେ ଏଥିରେ ସହମତ ହୋଇଥିଲେ । ଟିମ ଇଣ୍ଡିଆର ଅଧିନାୟକ ହେବା ମୋ ପାଇଁ ଗର୍ବର ବିଷୟ । ଆମେ ସର୍ବଦା ଦଳର ଭଲ ପ୍ରଦର୍ଶନ ନେଇ ଆଲୋଚନା କରୁଛୁ ବୋଲି ଗିଲ କହିଛନ୍ତି ।

Comments are closed.