Latest Odisha News

BREAKING NEWS

ଆଇସିସି ଦିନିକିଆରେ ବ୍ୟାଟର ତାଲିକା: ବାବରଙ୍କ ମୁଣ୍ଡରୁ ମୁକୁଟ ଓହ୍ଲାଇଆଣିଲେ ଗିଲ୍

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ବିଶ୍ବର ଏକ ନମ୍ବର ଦିନିକିଆ ବ୍ୟାଟର ବାବର ଆଜମଙ୍କ ଏକ ନମ୍ବର ରେକର୍ଡ କ୍ୟାରିୟରର ଅନ୍ତ ଘଟିଛି। ଗିଲ୍ ବୁଧବାର ଦିନିକିଆ ବ୍ୟାଟିଂ ମାନ୍ୟତାରେ ପାକିସ୍ତାନ ଅଧିନାୟକ ବାବରଙ୍କୁ ପଛରେ ପକାଇ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି।

BjdElectrycity

ଆଇସିସି ପୁରୁଷ କ୍ରିକେଟ୍ ବିଶ୍ବକପରେ ଭାରତର ଅଭିଯାନକୁ ଗିଲଙ୍କ ସଫଳତା ଆହୁରି ଇନ୍ଧନ ଯୋଗାଇଛି। ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ଭଳି କ୍ରିକେଟ୍ କିମ୍ବଦନ୍ତୀଙ୍କ ସହ ସେ ଭାରତର ଚତୁର୍ଥ ଖେଳାଳି ଭାବେ ଏକ ନମ୍ବର ଦିନିକିଆ ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି।

ଏହି ଡାହାଣହାତୀ ବ୍ୟାଟର ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ବିପକ୍ଷରେ ୯୨ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩ ରନ୍ କରି ଛଅ ପାଳିରୁ ମୋଟ ୨୧୯ ରନ୍ ସଂଗ୍ରହ କରି ନିଜର ଦକ୍ଷତାର ପରିଚୟ ଦେଇଛନ୍ତି।

ବାବର ବିଶ୍ବକପରେ ଆଠଟି ଇନିଂସରୁ ୨୮୨ ରନ୍ ସଂଗ୍ରହ କରି ଗିଲଙ୍କ ଠାରୁ ଛଅ ରେଟିଂ ପଏଣ୍ଟ୍ ପଛରେ ରହି ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ଏହି କ୍ରମରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।

ଗିଲ୍ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ କୋହଲି ତିନିଟି ସ୍ଥାନ ପଛରେ ରହି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।

ବିରାଟ ବର୍ତ୍ତମାନ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାର ଓପନର କ୍ୱିଣ୍ଟନ ଡିକଙ୍କଠାରୁ ଠାରୁ ମାତ୍ର ଗୋଟିଏ ରେଟିଂ ପଏଣ୍ଟ ପଛରେ ରହିଛନ୍ତି।

ଅନ୍ୟତମ ଭାରତୀୟ ବ୍ୟାଟର ଶ୍ରେୟସ ଆୟର ଦିନିକିଆ ବ୍ୟାଟର ତାଲିକାରେ ୧୭ଟି ସ୍ଥାନ ଉପରକୁ ଉଠି ୧୮ତମ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନର ଓପନିଂ ବ୍ୟାଟର ଫଖର ଜମାନ୍ ମଧ୍ୟ ତିନି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନରେ ପହଞ୍ଚିଥିବା ବେଳେ ଆଫଗାନିସ୍ତାନର ଇବ୍ରାହିମ୍ ଜାଦ୍ରାନ୍ ଛଅ ସ୍ଥାନ ଉପରକୁ ଉଠି ଦ୍ୱାଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

Leave A Reply

Your email address will not be published.