Latest Odisha News

BREAKING NEWS

ନେପାଳ ପରେ ଥରିଲା ଇଣ୍ଡୋନେସିଆ : ବାନ୍ଦା ସାଗରରେ ୬.୯ ତୀବ୍ରତାର ଭୂକମ୍ପ ଝଟକା , ସୁନାମୀ ଆଲର୍ଟ

ନୂଆଦିଲ୍ଲୀ : ନେପାଳ ପରେ ଥରିଲା ଇଣ୍ଡୋନେସିଆ ।  ବାନ୍ଦା ସାଗରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି  । ଯାହାର ତୀବ୍ରତା ରିକ୍ଟର ସ୍କେଲରେ  ୬.୯ ରେକର୍ଡ ହୋଇଛି। ଲଗାତାର ଦୁଇ ଧରି ଭୂକମ୍ପ ଅନୁଭୂତ ହୋଇଛି । ସମାନ ଅଞ୍ଚଳରେ ୭.୦ ମ୍ୟାଗ୍ନିଚ୍ୟୁଡର ଆଉ ଏକ ଭୂକମ୍ପ ଘଟିଥିଲା ​​ । ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଏବେ ପର୍ଯ୍ୟନ୍ତ କେହି ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି  ଖବର ଆସିନି । ସକାଳ ୧୦ଟା ୨୩ ମିନିଟ ସମୟରେ ଏହା ଅନୁଭୂତ ହୋଇଥିଲା ।

ଏହା ସମୁଦ୍ରରେ ହୋଇଥିବା ଯୋଗୁଁ ସୋମଲାକି ସହର ଦୋହଲିଯାଇଛି । ପୁରା ଇଣ୍ଡୋନେସିଆରେ ସୁନାମୀ ନେଇ ସର୍ତକ ସୂଚନା ଜାରି କରାଯାଇଛି । ପୂର୍ବରୁ ନେପାଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ର ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ ଆହତ ହୋଇଥିଲେ ।  ଗତକାଲି ସକାଳ ୫ ଟା ୩୨ ମିନିଟ ସମୟରେ ବଙ୍ଗୋପସାଗରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୨ ରହିଥିଲା ।

Leave A Reply

Your email address will not be published.