Latest Odisha News

BREAKING NEWS

ଏନଏସି ଦାବି ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସୁବର୍ଣ୍ଣପୁର/ଜଗତସିଂହପୁର: ଆଜି ବିଭିନ୍ନ ଦାବି ନେଇ ଉଲୁଣ୍ଡା ବନ୍ଦ ରହିଛି । ଉଲୁଣ୍ଡାକୁ ଏନଏସି ଘୋଷଣା, ଯେଏମଏଫସି କୋର୍ଟ ଏବଂ ସୈନିକ ସ୍କୁଲ ଦାବିରେ ଆଜି ସଚେତନ ନାଗରିକ ଏବଂ ଅଞ୍ଚଳବାସୀ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l

ଅତ୍ୟାବଶ୍ୟକ ସାମଗ୍ରୀ ତଥା ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର, ଯାନ ବାହାନ ଚଲାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ରାଜ୍ୟସରକାର କିଛି ଦିନ ପୂର୍ବରୁ ବୀରମହାରାଜପୁର ଏବଂ ଡୁଙ୍ଗୁରିପାଲିକୁ ଏନଏସି ଘୋଷଣା କରିଛନ୍ତି l ହେଲେ ଉଲୁଣ୍ଡାକୁ ବାଦ ଦେଇଛନ୍ତି l ସେହିପରି ଉଲୁଣ୍ଡାରେ ଯେଏମଏଫସି କୋର୍ଟ ପାଇଁ ପୂର୍ବରୁ ଘୋଷିତ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ ଏବଂ ସୈନିକ ସ୍କୁଲ ପାଇଁ ପ୍ରସାସିନକ ସ୍ତରରେ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ଅଗ୍ରଗତି ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପଟେ, ଏନଏସି ଦାବିରେ ଜଗତସିଂହପୁର କୁଜଙ୍ଗରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ ଟାରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ହେଉଛି । ଅତ୍ୟାବଶ୍ୟକ ସାମଗ୍ରୀ ତଥା ଜରୁରୀକାଳୀନ ସେବାକୁ ବାଦ ଦେଲେ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି । ଆନ୍ଦୋଳନ ଯୋଗୁଁ ଗାଡିଚଳାଚଳ ବନ୍ଦ ରହିଛି ।

Leave A Reply

Your email address will not be published.