Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାତିରେ ଫୋନରେ ଭୋ ଭୋ କାନ୍ଦିଲେ, ସକାଳେ ମିଳିଲା SIଙ୍କ ମୃତଦେହ

ବାଲିଗୁଡ଼ା: ଘୁ. ଉଦୟଗିରି ଥାନା ମହିଳା SI ସ୍ୱାଗତିକା ବେହାରଙ୍କ ଆତ୍ମହତ୍ୟା ପରେ ପୋଲିସ ଉପରେ ପ୍ରଶ୍ନ ଉଠିଛି । ସ୍ୱାଗତିକାଙ୍କ ମାଆ ଓ ଭଉଣୀ ଆତ୍ମହତ୍ୟା ପଛରେ ଘୁ. ଉଦୟିଗିରି ଆଇଆଇସିଙ୍କୁ ଦାୟୀ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ତେବେ ଥାନାରେ ଏମିତି କଣ ଘଟୁଥିଲା, କାହା ଚାପରେ ସ୍ୱାଗତିକା ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ସ୍ୱାଗତିକାଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ମୃତ SI ସ୍ୱାଗତିକା ବେହେରାଙ୍କ ମାଆ ଓ ଭାଇ । ଝିଅ ଉପରେ କାମର ଚାପ ଥିଲା ବୋଲି ମାଆ କହିଥିବା ବେଳେ ଭାଇ କହିଛନ୍ତି ସ୍ୱାଗତିକା ଫୋନ୍ କଲେ ଭୋ ଭୋ ହୋଇ କାନ୍ଦେ । ତାକୁ ହଇରାଣ କରାଯାଉ ଥିବା ସବୁବେଳେ କୁହେ ।

ଏପରିକି ଥାନା ଅଧିକାରୀ ମାନସିକସ୍ତରରେ ହଇରାଣ ହରକତ କରୁଥିବା ସ୍ୱାଗତିକାଙ୍କ ମାଆ ଓ ଭାଇ ଅଭିଯୋଗ ଆଣିଛନ୍ତି । ଦାବି କରିଛନ୍ତି ସ୍ୱାଗତିକାଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ହେଉ । ପରିବାର ଲୋକ କରୁଥିବା ଅଭିଯୋଗକୁ ଏସଡିପିଓ ଏଡ଼େଇ ଦେଇଛନ୍ତି । କହିଛନ୍ତି ତଦନ୍ତ ଚାଲିଛି ।

Leave A Reply

Your email address will not be published.