Latest Odisha News

ଓପିଏସସିର ନୂତନ ସଦସ୍ୟ ଭାବେ ସରିତା ଓ ସନତଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଓଡିଶା ଲୋକ ସେବା ଆୟୋଗ(ଓପିଏସସି)ର ନୂତନ ସଦସ୍ୟ ଭାବେ ଡ.ସରିତା ସୂପକାର ଓ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ଉଭୟ ଡ.ସୂପକାର ଓ ଶ୍ରୀ ମହାନ୍ତିଙ୍କୁ  ନିଯୁକ୍ତି ଦେଇଛନ୍ତି  ।

ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡ.ସୂପକାର ରମାଦେବୀ ମହିଳା ବିଶ୍ୱବିଦ୍ୟଳୟର ପୂର୍ବତନ ପିଜି କାଉନସିଲ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସହ ଏବେ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ସନତ କୁମାର ମହାନ୍ତି ପୂର୍ବରୁ ଖୋର୍ଦ୍ଧା ଜଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ  ।

Leave A Reply

Your email address will not be published.