Latest Odisha News

BREAKING NEWS

ସୌରଜଗତ ବାହାରେ ଥିବା ଗ୍ରହରେ ମିଳିଲା କାର୍ବନ ଡାଇଅକ୍ସାଇଡ

ନୂଆଦିଲ୍ଲୀ: ନାସାର ଜେମ୍ସ ୱେବ ସ୍ପେଶ ଟେଲିସ୍କୋପ ମାଧ୍ୟମରେ ସୌରଜଗତ ବାହାରେ ଥିବା ଏକ ଗ୍ରହରେ କାର୍ବନ ଡାଇଅକ୍ସାଇଡ ଥିବା ଜଣାପଡିଛି । ଏହି ଗ୍ରହ ଏକ ଗ୍ୟାସ ଜଂଏଟ ଓ ସୂର୍ଯ୍ୟଙ୍କ ପରି ଏକ ନକ୍ଷତ୍ର ଚାରିପଟେ ଘୁରି ବୁଲୁଛି । ଏହାର ନାମ ବୈଜ୍ଞାନିକମାନେ ଡବ୍ଲ୍ୟୁଏଏସପି-୩୯ବି ରଖାଯାଇଛି । ପୃଥିବୀଠାରୁ ୭୦୦ ପ୍ରକାଶ ବର୍ଷ ଦୂରତାରେ ରହିଛି । ଏହାକୁ ଜୁପିଟରର ବଡ ଭାଇ ବୋଲି ମଧ୍ୟ କୁହାଯାଇଛି । ଗ୍ୟାସ ଅଧିକ ଥିବାରୁ ଜୁପିଟର ତୁଳନାରେ ୩୦ ପ୍ରତିଶତ ଅଧିକ ଫୁଲି କରି ରହିଛି । ଏହାର ଓଜନ ଜୁପିଟରର ଏକ ଚତୁର୍ଥାଂଶ ହେବ । ୧୧ ବର୍ଷ ତଳେ ରେଡିଓ ଟେଲିସ୍କୋପ ମାଧ୍ୟମରେ ଏହି ଗ୍ରହକୁ ଖୋଜି ବାହାର କରାଯାଇଥିଲା । ସେ ସମୟରେ ଏହା ଜୁପିଟରଠାରୁ ୧.୩ ଗୁଣା ବଡ ଥିଲା । ଏଠାରେ ୧ ବର୍ଷ ୪ ଦିନ ସହ ସମାନ ।

ଏବେ ଏହି ଗ୍ରହର ଫଟୋ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ବର୍ତମାନ ଏଥିରେ କାର୍ବନ ଡାଇଅକ୍ସାଇଡ ଥିବାର ପ୍ରମାଣ ମିଳିବାରୁ ବୈଜ୍ଞାନିକମାନେ ଉତ୍ସାହିତ ହୋଇ ପଡିଛନ୍ତି । ହବଲ ଓ ସ୍ପିଟଜର ଟେଲିସ୍କୋପ ଯୋଗୁ ଏହାର ବାୟୁମଣ୍ଡଳରେ ଥିବା ସୋଡିୟମ, ପୋଟାସିୟମର ପ୍ରମାଣ ମଧ୍ୟ ମିଳିଛି । ଗ୍ୟାସର ରଙ୍ଗ ଅନୁସାରେ କାର୍ବନ ଡାଇଅକ୍ସାଇଡ ବୋଲି ପ୍ରାରମ୍ଭିକ ଗବେଷଣାରେ ଅନୁମାନ କରାଯାଇଛି ।

Leave A Reply

Your email address will not be published.