Latest Odisha News

BREAKING NEWS

ସମ୍ ଅଲ୍ଟିମେଟ ମେଡିକେୟାରରେ ପ୍ରଥମ ଥର ପାଇଁ ସିଆଲୋ ଏଣ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋ ଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଆରମ୍ଭ ହୋଇଛି ଚିକିତ୍ସା । ଏହା ଏକ ଅଭିନବ ଓ ଅତ୍ୟାଧୁନିକ ପଦ୍ଧତି । ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର ସୂକ୍ଷ୍ମ ଏଣ୍ଡୋସ୍କୋପି ମାଧ୍ୟମରେ ପରୀକ୍ଷା, ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇ ପାରୁଛି ।

ନିକଟରେ ଭୁବନେଶ୍ବରର ଜଣେ ଯୁବକଙ୍କ ଲାଳ ଗ୍ରନ୍ଥିରେ ପଥର ସୃଷ୍ଟି ହୋଇଥିବା ବେଳେ, ସିଆଲୋ ଏଣ୍ଡୋସ୍କୋପିକ ପଦ୍ଧତିରେ ତାହା ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ । ପଥର ବାହାରିବା ପରେ ସଂପୃକ୍ତ ଯୁବକ ଜଣକ ସୁସ୍ଥ ହୋଇଛନ୍ତି । ପୂର୍ବରୁ ସିଆଲାଡେନିଟିସ କୁହାଯାଉଥିବା ଏହି ସମସ୍ୟା ଦେଖାଦେଲେ ବେକର କିଛି ଅଂଶକୁ କାଟି ସଂପୂର୍ଣ୍ଣ ସାଲାଇଭାରି ଗ୍ଲାଣ୍ଡକୁ ବାହାର କରାଯାଉଥିଲା । ଯାହାଦ୍ବାରା ବେକରେ ଏକ ବଡ ଦାଗ ମଧ୍ୟ ରହିଯାଉଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ସିଆଲାଡେନିଟିସ, ସିଆଲୋଲିଥିଆସିସ ଏବଂ ଅନ୍ୟାନ୍ୟ ଜଟିଳ ଲାଳ ଗ୍ରନ୍ଥୀ ଜନିତ ରୋଗର ପରୀକ୍ଷା, ଚିକିତ୍ସା, ଅପରେଶନ ଏବଂ ଅପରେଶନ ପରବର୍ତ୍ତି ପ୍ରକ୍ରିୟା ପାଇଁ ସିଆଲୋ ଏଣ୍ଡୋସ୍କୋପି ଏକ ଅତ୍ୟାଧୁନିକ ପ୍ରକ୍ରିୟା । ୧.୩ ମିଲିମିଟର ଆକାରର ଏକ ଛୋଟ ଏଣ୍ଡୋସ୍କୋପକୁ ସିଆଲୋ ଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ସାଲାଇଭାରି ଗ୍ଲାଣ୍ଡ ଡକ୍ଟ ଭିତରକୁ ଭର୍ତ୍ତି କରାଯାଇ ପରୀକ୍ଷା ଓ ଚିକିତ୍ସା କରାଯାଇଥାଏ । ଶରୀରରେ ଜଳୀୟ ଅଂଶ କମିବା ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ହେଲେ ଲାଳ ଗ୍ରନ୍ଥିରେ ପଥର ସୃଷ୍ଟି ହୋଇଥାଏ । ପ୍ରଚୁର ପରିମାଣରେ ଜଳୀୟ ପଦାର୍ଥ ଗ୍ରହଣ ନକଲେ ଲାଳ ଜମାଟ ବାନ୍ଧି ଥାଏ । ଏବଂ ଠିକ ଭାବେ ଖାଦ୍ୟ ନଖାଇଲେ ଲାଳ ସୃଷ୍ଟି ନହୋଇ ସାଲାଇଭାରି ଡକ୍ଟରେ ପଥର ସୃଷ୍ଟି ହୁଏ ବୋଲି ଡାକ୍ତର ସାହୁ କହିଛନ୍ତି ।

ବେକର ବାମ ପଟର ଉପର ଭାଗ ଫୁଲିବା ସହ ଖାଇବା ସମୟରେ ଏହା ଫୁଲି ଯାଉଥିଲା । ଏବଂ କିଛି ଘଣ୍ଟା ପରେ ପୁଣି କମିଯାଉଥିବାର ସମସ୍ୟା ନେଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ ଭୁବନେଶ୍ବରର ଏହି ଯୁବକ । ଚିକିତ୍ସା ସମୟରେ ତାଙ୍କର ସବ ମାଣ୍ଡିବୁଲାର ଡକ୍ଟ ଷ୍ଟୋନ ଚିହ୍ନଟ ହୋଇଥିଲା । ଏବଂ ସିଆଲୋ ଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଶରୀରରେ କୌଣସି ଦାଗ ସୃଷ୍ଟି କରାନଯାଇ ପଥର ବାହାର କରାଯାଇଛି । ଯେଭଳି କିଡ଼ନୀରେ ଷ୍ଟୋନ ସୃଷ୍ଟି ହେଲେ କିଡ଼ନୀ ବାହାର କରାଯାଏ, ଠିକ୍ ସେହିଭଳି ଲାଳ ଗ୍ରନ୍ଥିରେ ଷ୍ଟୋନ ହେଲେ ସଂପୂର୍ଣ୍ଣ ଗ୍ରନ୍ଥିକୁ ବାହାର କରିବାର ଆବଶ୍ୟକତା ନାହିଁ । ସିଆଲୋ ଏଣ୍ଡୋସ୍କୋପିକ ପଦ୍ଧତିରେ ଖୁବ ସହଜରେ ପଥର କଢ଼ାଯାଇପାରିବ ବୋଲି ଡାକ୍ତର ସାହୁ କହିଛନ୍ତି ।

Comments are closed.