ଭୋପାଳ: ବେଳେବେଳେ ରାସ୍ତାରେ ଯାଉଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଥିବା ସମ୍ପର୍କ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଯେତେବେଳେ ବି ପୁଅ-ଝିଅ ରାସ୍ତାରେ ଚାଲନ୍ତି, ସେମାନଙ୍କ ବିଷୟରେ ସମସ୍ତଙ୍କର ସମାନ ଧାରଣା ନଥାଏ। ସମାଜ ବେଳେବେଳେ ସମ୍ପର୍କକୁ ନେଇ ସମାଲଚୋନା କରିବା ଆରମ୍ଭ କରେ। ଏହି ସମ୍ପର୍କକୁ ନେଇ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସହର ରାସ୍ତାରେ ଚାଲୁଥିବା ଭାଇ ଓ ଭଉଣୀଙ୍କୁ ପ୍ରେମୀ ଯୁଗଳ ଭାବି ନିର୍ଧୁମ ଛେଚିଛନ୍ତି ସ୍ଥାନୀୟ ଲୋକେ।
ସୂଚନା ଅନୁସାରେ, ଘଟଣାଟି ହେଉଛି ରାକ୍ଷୀ ପୂର୍ଣ୍ଣିମା ଦିନର। ଏହି ଦିନେ ପୀଡିତ ଅତୁଲ ଚୌଧୁରୀ ଏବଂ ତାଙ୍କ ଭଉଣୀ ମନ୍ଦିର ନିକଟରେ ଥିବା ଏକ ଦୋକାନରେ ଠିଆ ହୋଇଥିଲେ। ସେଠାରେ କିଛି ସ୍ଥାନୀୟ ଲୋକେ ଆସି ହଠାତ୍ ଉଭୟଙ୍କୁ ପ୍ରେମୀ ଯୁଗଳ ଭାବି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସ୍ଥାନୀୟ ଲୋକଙ୍କ ଗୁଣ୍ଡାଗିରି ସ୍ପଷ୍ଟ ଭାବେ ନଜର ଆସୁଛି। ଏହା ପରେ ପୀଡିତ ସ୍ଥାନୀୟ ଥାନାରେ ତିନି ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Comments are closed.