Latest Odisha News

BREAKING NEWS

ଜଟଣୀରୁ ନିର୍ବାଚନ ଲଢିବେ ସୁର ରାଉତରାୟଙ୍କ ପୁଅ ମନ୍ମଥ କିନ୍ତୁ କଂଗ୍ରେସ ଟିକେଟରେ ନୁହେଁ

ଭୁବନେଶ୍ୱର:ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ ଲଢିବେ । କିନ୍ତୁ କଂଗ୍ରେସରୁ ନୁହେଁ । ପ୍ରାୟ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ସୁର ରାଉତରାୟ ୭ ମାସ ପୂର୍ବରୁ  ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ । ଏଥିସହିତ ତାଙ୍କ ପୁଅ ୨୦୨୪ ନିର୍ବାଚନ ଲଢିବେ ବୋଳି ମଧ୍ୟ ସୂଚନା ଦେଇଥିଲେ । ହେଲେ ପୁଅ ତାଙ୍କର ଏୟାର ଇଣ୍ଡିଆର ପାଇଲଟ ଚାକିରୀ ଛାଡି ରାଜନୀତି କରିବ ଏବଂ  କଂଗ୍ରେସରୁ ଟିକେଟରୁ ଲଢିବେ ବୋଲି କହୁଥିଲେ । ହେଲେ ହଠାତ ମନ୍ମଥ କଂଗ୍ରେସ ଟିକେଟରେ ଲଢିବେ ନାହିଁ ବୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ମଥ କହିଛନ୍ତି, ସେ ଜଣେ ସମାଜସେବୀ ଏବଂ ଜଟଣୀ ପାଇଁ କାମ କରି ଆସୁଛନ୍ତି ହେଲେ କୌଣସି ପାର୍ଟି ବ୍ୟାନରରେ ନୁହେଁ । ତେବେ ରାଜନୀତିକୁ ଆସିବା ପାଇଁ ବିଭିନ୍ନ ଆଡୁ ପରାମର୍ଶ ମିଳିଲା  । ତେବେ ରାଜନୀତିରେ କ’ଣ କରିବି ସେ ବିଷୟରେ ଅକ୍ଟୋବରରେ ଘୋଷଣା କରିବି ।

ସେ ଆହୁରି କହିଥିଲେ, ତାଙ୍କ ବାପା ସୁର ରାଉତରାୟ ତାଙ୍କର ଜୀବନର ୬୦ ବର୍ଷ କଂଗ୍ରେସ ପାଇଁ ଦେଇ ସାରିଛନ୍ତି । ହେଲେ ମୋ ନିଷ୍ପତ୍ତି ମୁଁ ନିଜେ ନେବାଲାଗି ସ୍ୱାଧୀନତା ଦିଆଯାଇଛି । ମୋର ଏକ ନିଜସ୍ୱ ସର୍କଲ ଅଛି । ମୋ ସାଙ୍ଗସାଥୀ, ମୋ ଚିନ୍ତାଧାରା, ପରିଚୟ ସବୁ ସ୍ୱତନ୍ତ୍ର । ମୋର ବ୍ୟକ୍ତିଗତ ସ୍ତରକୁ ଦେଖି ଏବଂ ବିଧାନସଭା ମଣ୍ଡଳୀର ଜନତାଙ୍କୁ ଦେଖି ମୁଁ ନିଷ୍ପତ୍ତି ନେଇଛି ୨୦୨୪ରେ ମୁଁ କଂଗ୍ରେସ ଟିକେଟରେ ଲଢିବି ନାହିଁ ।  ସେ ବାପାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପରି ନିଃସ୍ୱାର୍ଥପର ସେବା ମନୋଭାବ ନେଇ କାମ କରିବେ ବୋଲି କହିଛନ୍ତି ।

ସେ ଆହୁରି କହିଥିଲେ, ସେ ବାପାଙ୍କ ସହ କିଛି କାମରେ କଂଗ୍ରେସ ଭବନ ଯାଇଥିଲେ ।ବିଭିନ୍ନ ରାଲିରେ ବି ଭାଗ ନେଇଛନ୍ତି । ତେବେ ପ୍ରଥମେ ଅଞ୍ଚଳର ସେବା, ସେମାନଙ୍କ ଇଚ୍ଛା, ଟିମର ଇଚ୍ଛା ଏ ସବୁକୁ ଦେଖି ସେ କଂଗ୍ରେସରୁ ଲଢିବେ ନାହିଁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ମନ୍ମଥ ରାଉତରାୟ ।

Leave A Reply

Your email address will not be published.