Latest Odisha News

BREAKING NEWS

ଦିଲ୍ଲୀରେ କିଆରାଙ୍କ ସହ ପ୍ରଥମ ଦୀପାବଳି ପାଳିବେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ପରେ ପ୍ରଥମ ଥର ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ସହ ଦୀପାବଳି ପାଳନ କରିବେ ସିଦ୍ଧାର୍ଥ ମାଲହୋତ୍ରା । ଚଳିତବର୍ଷ ଦୀପାବଳି ସବୁଠୁ ପ୍ରିୟ କପଲ ସିଦ୍ଧାର୍ଥ ଏବଂ କିଆରାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଏହି ବର୍ଷ ଏହି ଦମ୍ପତି ବିବାହ ପରେ ପ୍ରଥମ ଦୀପାବଳି ପାଳନ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ଏବଂ କିଆରା ସେମାନଙ୍କର ପ୍ରଥମ ଦୀପାବଳି ମୁମ୍ବାଇରେ ନୁହଁ ବରଂ ଦିଲ୍ଲୀରେ ପାଳନ କରିବେ ।

କିଆରା ଏବଂ ସିଦ୍ଧାର୍ଥ ଶନିବାର ଦିଲ୍ଲୀ ଯାଇଛନ୍ତି । ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟ ସେମାନଙ୍କ ସହ କିଆରାଙ୍କ ମାତାପିତା ମଧ୍ୟ ଉପସ୍ଥିତ ଥିଲେ । ଏହା ସ୍ପଷ୍ଟ କରେ ଯେ, ବିବାହ ପରେ କିଆରା ଏବଂ ସିଦ୍ଧାର୍ଥ ସେମାନଙ୍କ ପରିବାର ସହିତ ପ୍ରଥମ ଦୀପାବଳି ପାଳନ କରିବାକୁ ଯାଉଛନ୍ତି । ବିବାହ ପରେ ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

Comments are closed.