Latest Odisha News

BREAKING NEWS

ମାଲଦ୍ୱୀପରେ ଏକାଠି ନୂଆ ବର୍ଷ ପାଳିଲେ ସିଦ୍ଧାର୍ଥ ଏବଂ କିଆରା

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ତାରକା କରୋନା ଲକ୍‌ଡାଉନ୍‌ ଅବଧିକୁ ମାଲଦ୍ୱୀପରେ କଟାଇଛନ୍ତି। ନିକଟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ମଧ୍ୟ ଏକାଠି ମାଲଦ୍ୱୀପରେ ନୂଆ ବର୍ଷ ପାଳିଛନ୍ତି।

ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ହୁଏତ ସେମାନଙ୍କ ସମ୍ପର୍କକୁ ଏପର୍ଯ୍ୟନ୍ତ ଅଫିସିଆଲ୍ ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ଉଭୟ ଏକାଠି ଛୁଟି କାଟିବାରେ ପୂରା ଆଗରେ ରହିଛନ୍ତି। କିଆରା ଏବଂ ସିଦ୍ଧାର୍ଥ ସେମାନଙ୍କର ମାଲଦ୍ୱୀପ ଛୁଟିର ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ସେୟାର୍‌ କରୁଛନ୍ତି। ଏଥର କିଆରା ଏବଂ ସିଦ୍ଧାର୍ଥ ମାଲଦ୍ୱୀପରେ ୨୦୨୧ କୁ ସ୍ୱାଗତ କରିଥିଲେ ଏବଂ ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଫଟୋ ମଧ୍ୟ ସେୟାର କରିଥିଲେ।

Comments are closed.