Latest Odisha News

BREAKING NEWS

ସିବିଏସଇ ଧାରାରେ ଓଡ଼ିଶାରେ ପରୀକ୍ଷା ନେଇ ବିଚାରବିମର୍ଶ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ରାଜ୍ୟରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା କେବେ ଓ କେମିତି କରାଯିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାରବିମର୍ଶ ଜାରି ରହିଛି । ସିବିଏସଇ ଧାରାରେ ପରୀକ୍ଷା କରିବାକୁ ଯୋଜନା ଚାଲିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ଆଦର୍ଶ ବିଦ୍ୟାଳୟ ସହ କିଛି ଘରୋଇ ସ୍କୁଲ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ସେଥିପାଇଁ କିପରି ବ୍ୟବସ୍ଥା କରିହେବ ସେନେଇ ବିଚାରବିମର୍ଶ ଚାଲିଛି । ନୂଆ କରୋନା ଷ୍ଟ୍ରେନ ଭୟ ଭିତରେ ସ୍କୁଲ ଖୋଲିବା ନେଇ ବି ଆଲୋଚନା ହେଉଛି । ତେବେ କେବେ ସ୍କୁଲ ଖୋଲିବ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

କରୋନା ଯୋଗୁ ନଅ ମାସରୁ ଅଧିକ ସମୟ ହେବ ରାଜ୍ୟରେ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ଅନଲାଇନରେ ପାଠପଢ଼ା ଚାଲିଛି । ଏଭଳି ପରିସ୍ଥିତିରେ ମାଟ୍ରିକ, ଯୁକ୍ତ ଦୁଇ ସମେତ ଅନ୍ୟାନ୍ୟ ଶ୍ରେଣୀରେ ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

Leave A Reply

Your email address will not be published.