ମୁମ୍ବାଇ: ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ‘ମିଶନ ମଞ୍ଜୁ’ ୧୩ ମେ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସିଦ୍ଧାର୍ଥ ସୋସିଆଲ ମିଡିଆ ଜରିଆରେ ଏହି ଖବର ପ୍ରଶଂସକଙ୍କ ସହ ସେୟାର୍ କରିଛନ୍ତି।
ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥଙ୍କୁ ଜଣେ ର ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ବାଗଚି। ଏଥିରେ ସିଦ୍ଧାର୍ଥ ପାକିସ୍ତାନରେ ଭାରତର ଗୁପ୍ତ ଅପରେସନର ନେତୃତ୍ୱ ନେଉଛନ୍ତି।
ଶେର୍ଶାହାରେ ଜଣେ ଭାରତୀୟ ସେନା ଅଧିକାରୀଙ୍କ ଭୂମିକାରେ ନଜର ଆସିବା ପରେ ସିଦ୍ଧାର୍ଥ ‘ମିଶନ ମଞ୍ଜୁ’ରେ ଜଣେ RAW ଏଜେଣ୍ଟ ଭୂମିକାରେ ନଜର ଆସିବେ।
Comments are closed.