Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ରାହୁଲ ହେବେ ଟିମ୍ ଇଣ୍ଡିଆ ଅଧିନାୟକ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବଦଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ସହ ଘରୋଇ ପରିବେଶରେ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ଟି୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ କେଏଲ ରାହୁଲଙ୍କୁ ଦେବା ପାଇଁ ବିଚାର କରାଯାଉଛି । ଏହାର ପ୍ରମୁଖ କାରଣ ହେଲା ଏହି ଗସ୍ତରେ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ତେବେ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ଏହି ଗସ୍ତରେ ଭାରତ ନଭେମ୍ବର ୧୭, ୧୯ ଓ ୨୧ରେ ୩ଟି ଟି୨୦ ମ୍ୟାଚ ଖେଲିବ । ଏହା ପରେ ୨୫ ନଭେମ୍ବରରୁ କାନପୁରରେ ପ୍ରଥମ ଟେଷ୍ଟ ଏବଂ ଡିସେମ୍ବର ୩ରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଟେଷ୍ଟ ସିରିଜରେ କିଏ ଅଧିନାୟକ ହେବ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.