Latest Odisha News

BREAKING NEWS

ଓଡ଼ିଆ ଭାଷାରେ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠପଢ଼ା

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠପଢ଼ା। ଏନେଇ ଭୁବନେଶ୍ୱରରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, AICTE ଓ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ହୋଇଛି ଏମଓୟୁ ।

AICTE ସହିତ IOSR ମିଳିତ ଭାବରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା ପାଇଁ କାମ କରିବେ। ଏମ୍ଓୟୁ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବା। ଦେଶରେ ଶିକ୍ଷା ବ୍ୟବସ୍ଥା ମାତୃଭାଷା ଆଧାରିତ ହେବା ଉଚିତ୍।

ଶିକ୍ଷାର ମାନ ଏବଂ ଛାତ୍ରଛାତ୍ରୀମାନଙ୍କ ବୁଝିବାର ସାମର୍ଥ୍ୟ ଅନୁସାରେ ଡିପ୍ଲୋମା, ବି.ଟେକ୍ ଭଳି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରି ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଏବଂ ପୁସ୍ତକ ପ୍ରସ୍ତୁତିର ବ୍ୟବସ୍ଥା କରୁଥିବାରୁ ଏଆଇସିଟିଇ ଓ ଆଇଓଏସଆରକୁ ଧନ୍ୟବାଦ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Leave A Reply

Your email address will not be published.