Latest Odisha News

BREAKING NEWS

ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ କରୋନା ପଜିଟିଭ

ହାଇଦ୍ରାବାଦ: ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ ଓ ଫିଜିଓଥେରାପିଷ୍ଟ କିରଣ ସି କରୋନା ପଜିଟିଭ ଥିବା ଜଣାପଡିଛି । ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଚାଲିଥିବା ରାଷ୍ଟ୍ରୀୟ ବ୍ୟାଡମିଂଟନ ଶିବିରରେ ଏମାନେ ଯୋଗ ଦେଇଥିଲେ । ସେଠାରେ କରାଯାଇଥିବା କୋଭିଡ-୧୯ ଟେଷ୍ଟରେ ଉଭୟ ପଜିଟିଭ ଥିବା ଜଣା ପଡିଥିଲା । ସେମାନଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲା । ଏକାଡେମୀକୁ ବନ୍ଦ କରାଯାଇ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଉଛି ।

ରେଡ୍ଡୀ ଓ କିରଣଙ୍କ ସହ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ଯାଂଚ ମଧ୍ୟ କରାଯାଇଛି । ଉଭୟ ଘରୁ ପ୍ରଶିକ୍ଷଣ ଶିବରକୁ ଆସୁଥିଲେ । ସରକାରଙ୍କ ଗାଇଡଲାଇନ ଅନୁସାରେ କୋଭିଡ-୧୯ ଟେଷ୍ଟ କରାଯିବା ଯୋଗୁ ସେମାନେ ପଜିଟିଭ ଥିବା ଜଣା ପଡିଥିଲା ବୋଲି କୋଚ ଗୋପୀଚାନ୍ଦ କହିଛନ୍ତି ।

Leave A Reply

Your email address will not be published.